Odisha Link
Bridging the Missing Links in Odisha

ଅର୍ଚ୍ଚନା ନାଗ ମାମଲା : ଡିଜିଟାଲ ଏଭିଡେନ୍ସ ସିଏଫଏଲକୁ ପଠାଯିବା ପାଇଁ ଇଡିର ଆବେଦନ

ପୂର୍ବରୁ ଡିଜିଟାଲ ଏଭିଡେନ୍ସ ଷ୍ଟେଟ ଫୋରେନସିକ ଲ୍ୟାବ ପଠାଯାଇଥିଲା

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ମାନେ ଭିସି ଜରିଆରେ କୋର୍ଟରେ ହାଜର ହୋଇଛନ୍ତି। ଇଡି ପକ୍ଷରୁ ଜାରି ହୋଇଥିବା ମନି ଲଣ୍ଡରିଂ ମାମଲାରେ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱର ପାତ୍ର।

ଡିଜିଟାଲ ଏଭିଡେନ୍ସକୁ ସେଣ୍ଟ୍ରାଲ ଫୋରେନସିକ୍ ଲ୍ୟାବକୁ ପଠାଇବା ପାଇଁ ଇଡିର ଆବେଦନ। ସୂଚନା ଅନୁସାରେ ପୂର୍ବରୁ ଡିଜିଟାଲ ଏଭିଡେନ୍ସ ଷ୍ଟେଟ ଫୋରେନସିକ ଲ୍ୟାବ ପଠାଯାଇଥିଲା। ଷ୍ଟେଟ୍ ଫୋରେନସିକ ଲ୍ୟାବ ଏହି ରିପୋର୍ଟ ଦେବାରେ ଅସଫଳ ହୋଇଥିବା ସୂଚନା ରହିଛି। ତେଣୁ ଇଡି ଏଭିଡେନ୍ସକୁ ସେଣ୍ଟ୍ରାଲ ଫୋରେନସିକ୍ ଲ୍ୟାବକୁ ପଠାଇବା ପାଇଁ ଆବେଦନ କରିଛି।