Odisha Link
Bridging the Missing Links in Odisha

ଓଡ଼ିଶା ଆସିବ ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ

ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ଅବସରରେ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ

ଓଏଲ୍‌ ବ୍ୟୁରୋ : କୋଲକାତା ବିମାନବନ୍ଦରରୁ ଭୁବନେଶ୍ୱରକୁ ଆସିବାକୁ ଯାଉଛି ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ। ତେବେ ଏହି ବିମାନବନ୍ଦରକୁ ଓଡ଼ିଶାକୁ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏଥିରେ ୪ଜଣ ଇଂଜିନିୟର ଡାକୋଟାର ଯନ୍ତ୍ରାଂଶ ଖୋଲୁଥିବା ଜଣା ପଡିଛି। ଡାକୋଟା ବିମାନକୁ ଓଡ଼ିଶାକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ସୂଚନା ଅନୁସାରେ ଜାନୁଆରୀ ୧୪ରେ ଦୁଇଟି ବଡ ଟ୍ରକରେ ଡାକୋଟା ବିମାନକୁ ଭୁବନେଶ୍ୱର ବିମାନବନ୍ଦରକୁ ଅଣାଯିବ। ଡାକୋଟା ବିମାନକୁ ଭୁବନେଶ୍ୱରରେ ପହଂଚିବା ପରେ ଏହାକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଟର୍ମିନାଲ-୧ ସମ୍ମୁଖରେ ୧.୧ ଏକର ଜମି ପ୍ରଦାନ କରିଛନ୍ତି। ତେବେ ଏହି ବିମାନବନ୍ଦର ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ଅବସରରେ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ କରାଯିବ। ଖବର ଅନୁସାରେ ଏହି ବିମାନଟି ଇଂଜିନିୟରଙ୍କ ଦ୍ୱାରା ମରାମତି ହେବା ପରେ ପୂର୍ବଭଳି ଦେଖାଯିବା କିନ୍ତୁ ଏହା ଉଡ଼ିପାରିବ ନାହିଁ।

Leave A Reply

Your email address will not be published.