Odisha Link
Bridging the Missing Links in Odisha

ମୋନାଲି ହତ୍ୟା ମାମଲା : ନିର୍ଦ୍ଦୟ ବାପାଙ୍କ ସହ ୩ ଅଭିଯୁକ୍ତ ଗିରଫ

ସ୍ପର୍ଶକାତର ଘଟଣା ହୋଇଥିବାରୁ ଏହାକୁ ରେଡ୍ ଫ୍ଲାଗ ଭାବେ ବିବେଚନା ପାଇଁ ଏସ୍‌ପି ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ : ନିର୍ଦ୍ଦୟ ସାଜିଲା ନିଜ ଜନ୍ମ କଲା ଝିଅର ହତ୍ୟାକାରୀ ବାପା। ଦ୍ୱିତୀୟ ସ୍ତ୍ରୀ କଥାରେ ପଡି ନିଜ ଝିଅକୁ ପୋଡି ମାରିଦେଲା ଜନ୍ମ କଲା ବାପା। କଲେଜ ପଢୁଆ ଝିଅକୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ମୃତ ଦେହକୁ ପୋଡି ପାଉଁଶକୁ ବି ଗାୟବ କରିଦେଇଥିବା ଜଣା ପଡିଛି। ଏହି ଅମାନବୀୟ ଘଟଣା ଗୋପର ବିଜିପୁର ଗାଁରେ ଘଟିଥିବାବେଳେ ଯୁବତୀ ସୋନାଲିଙ୍କ ମୃତ୍ୟୁ ପରେ ତାଙ୍କ ବଡ ଭଉଣୀ ଏନେଇ ଗୋପ ଥାନାରେ ଏତଲା ଦେଇଥିଲେ।

ଅଭିଯୋଗ କ୍ରମେ ଘଟଣାର ତଦନ୍ତ କରି ପୁଲିସ ଅଭିଯୁକ୍ତ ବାପା ଏବଂ ୩ ସହଯୋଗୀଙ୍କୁ ଗିରଫ କରିଥିବା ଜଣା ପଡିଛି। ଏହି ଘଟଣାଟି ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁ ଏହାକୁ ରେଡ୍ ଫ୍ଲାଗ ଭାବେ ବିବେଚନା ପାଇଁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ଏହି ମାମଲାର ଚାର୍ଜସିଟ୍‌ ବି ଖୁବ୍‌ ଶୀଘ୍ର ଦାଖଲ ହେବ। ପୁରୀ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟର ଡିଏସ୍‌ପି ମନୋବ୍ରତା ଶତପଥିଙ୍କୁ ଏହି ମାମଲାର ତଦନ୍ତ ଭାର ଦିଆଯାଇଛି। ତେବେ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ କାବୁ କରିବା ପାଇଁ ତଦନ୍ତ ଜାରି କରିଛି।

ସୂଚନା ଅନୁସାରେ, ମୃତ ସୋନାଲି ଗୋପ କଲେଜରେ ଯୁକ୍ତ ତିନିରେ ପାଠ ପଢୁଥିଲେ। ଯୁବତୀଙ୍କ ବାପାଙ୍କ ଦ୍ୱିତୀୟ ବିବାହ କରିବା ପରଠାରୁ ସାବତ ମାଆ କଥାରେ ପଡି ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ। କେବଳ ତାଙ୍କ ବାପା ନୁହେଁ ସାବତ ମା’ଙ୍କ ସହ ତାଙ୍କ ଭାଇ ମଧ୍ୟ ତାଙ୍କୁ ଶାରିରୀକ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ମୃତକଙ୍କ ଭଉଣୀ। ଅଭିଯୋଗ କ୍ରମେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସାଇଣ୍ଟିଫିକ୍ ଟିମ୍ ଶ୍ମଶାନରେ ପହଞ୍ଚି କିଛି ହାଡ ପାଉଁଶ ମଧ୍ୟ ଜବତ କରିଥିବା ବେଳେ ଅଭିଯୁକ୍ତ ବାପାକୁ ଗିରଫ କରାଯାଇଛି।

Leave A Reply

Your email address will not be published.