Odisha Link
Bridging the Missing Links in Odisha

୫ ମାସ ପରେ ନିଖୋଜ ନନ୍ଦ କିଶୋରଙ୍କ ହାଡ କଙ୍କାଳ ସହ କିଛି ଟଙ୍କା ଉଦ୍ଧାର

୨୦୨୨ ସେପ୍ଟେମ୍ବରରୁ ନନ୍ଦକିଶୋରଙ୍କ ପତ୍ତା ମିଳୁନଥିଲା।

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ନନ୍ଦ କିଶୋର ବେହେରା ନିଖୋଜ ଘଟଣା ସାମ୍ନାକୁ ଆସିଛି। ଚନ୍ଦକା ଜଙ୍ଗଲରୁ ୫ ମାସ ପରେ ନନ୍ଦ କିଶୋରଙ୍କ ହାଡ କଙ୍କାଳ ସହ ଡ୍ରେସ୍ ଏବଂ କିଛି ଟଙ୍କା ଉଦ୍ଧାର କରାଯାଇଛି। ମିଳିଥିବା ତଥ୍ୟ ଅନୁସାରେ ଚିହ୍ନଟ କଲେ ପରିବାର ଲୋକେ। ନିଖୋଜ ୭୦ ବର୍ଷୀୟ ବୃଦ୍ଧ ନନ୍ଦ କିଶୋରଙ୍କୁ ଅଜଗର ଗିଳି ଦେଇଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା।

ଘଟଣାଟି କଟକ ଜିଲ୍ଲା ବାରଙ୍ଗ ବ୍ଲକ ସାନମୁଣ୍ଡଳୀ ଗାଁରୁ ସାମ୍ନାକୁ ଆସିଥିଲା । ୨୦୨୨ ସେପ୍ଟେମ୍ବରରୁ ନନ୍ଦକିଶୋରଙ୍କ ପତ୍ତା ମିଳୁନଥିଲା। ଗାଁ ଲୋକେ ଖୋଜା ଖୋଜି ବେଳେ ଜଙ୍ଗଲରୁ ତାଙ୍କର ଟିଭିଏସ ଗାଡି ମିଳିଥିଲା।

ନନ୍ଦକିଶୋରଙ୍କ ଗାଡି ପଡିଥିବା ସ୍ଥାନରୁ ପ୍ରାୟ ଆଠଶହ ମିଟର ଦୂରରେ ଗୋଟିଏ ଅଜଗର ସାପକୁ ଦେଖିଥିଲେ ପରିବାର ଓ ଗାଁ ଲୋକ। ତାହା ଦ୍ୱାରା ଅଜଗର ନନ୍ଦକିଶୋରଙ୍କୁ ଗିଳି ଦେଇଥିବା ସନ୍ଦେହ କରୁଥିଲେ। ପୁଲିସ ତଦନ୍ତ ପରେ ମୃତ ନନ୍ଦ କିଶୋରଙ୍କ ଜଙ୍ଗଲରୁ ହାଡ କଙ୍କାଳ ସହ ଡ୍ରେସ୍ ଏବଂ କିଛି ଟଙ୍କା ଉଦ୍ଧାର କରାଯାଇଛି।

Leave A Reply

Your email address will not be published.