Odisha Link
Bridging the Missing Links in Odisha

ବଦଳିଲା ‘ଓଡ଼ିଶା ଅଗ୍ନିଶମ ସେବା’ର ନାମ, ଜାଣନ୍ତୁ ନୂତନ ନାମ

‘ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ନାଁରେ ନାମିତ ହୋଇଛି

ଓଏଲ୍‌ ବ୍ୟୁରୋ : ‘ଓଡ଼ିଶା ଅଗ୍ନିଶମ ସେବା’ର ନାମ ବଦଳିଥିବା ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ‘ଓଡ଼ିଶା ଅଗ୍ନିଶମ ସେବା’ ବର୍ତ୍ତମାନ ‘ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ନାଁରେ ନାମିତ ହୋଇଛି।

ଓଡ଼ିଶା ଅଗ୍ନିଶମ ସେବା ୧୯୪୪ ମସିହାରେ ପ୍ରତିଷ୍ଠା ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରତିଷ୍ଠା ହୋଇଥିବା ଏହି ବିଭାଗ ୧୯୪୫ ମସିହାରେ ଓଡ଼ିଶା ପୁଲିସ ବିଭାଗ ଅନ୍ତର୍ଭୁକ୍ତ ହେଲା। ଅଗ୍ନିକାଣ୍ଡ ତଥା ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ଏହି ବିଭାଗ କାର୍ଯ୍ୟ କରିଥାଏ। ଅଗ୍ନିଶମ ସେବା ପାଇଁ ଓଡ଼ିଶାରେ ୧୫୩ଟି ଷ୍ଟେସନ ରହିଛି। ବର୍ତ୍ତମାନ ଏହି ବିଭାଗର ନାମ ପରିବର୍ତନ କରାଯାଇଥିବା ଜଣା ପଡିଛି।

Leave A Reply

Your email address will not be published.