Odisha Link
Bridging the Missing Links in Odisha

ନବ ଦାସ ହତ୍ୟାକାଣ୍ଡ : ସାମ୍ନାକୁ ଆସିଲା ଅଭିଯୁକ୍ତ ଗୁଳି ମାରିବାର ଚିତ୍ର

ତଥାପି ଅଭିଯୁକ୍ତ ଗୋପାଳ ନବ ଦାସଙ୍କୁ ମାରିଥିବା ସନ୍ଦେହ ଘେରରେ ଥିଲା।

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ପୁଣି ଥରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏକ ଭାଇରଲ ଫଟୋ। ନବ ଦାସଙ୍କ ହତ୍ୟାକାରୀ ଗୋପାଳ ତାଙ୍କୁ ହତ୍ୟା କରିଥିବା ସତ ମାନିଯାଇଥିଲା। ଅଭିଯୁକ୍ତ ଗୋପାଳ ହତ୍ୟା କରିବାର ସ୍ପଷ୍ଟ କାରଣକୁ ନେଇ ତଦନ୍ତ ଜାରିରହିଥିବାବେଳେ ତାକୁ ଗିରଫ କରାଯାଇଛି। ଜଣେ ପୁଲିସ କର୍ମଚାରୀ ନବ ଦାସଙ୍କୁ ମାରିବା ପରେ ଚର୍ଚ୍ଚା ଜୋର ଧରିଛି। ତେବେ ନବ ଦାସଙ୍କୁ ଗୋପାଳ କିପରି ମାରିଥିଲା ତାହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା। ତଥାପି ଅଭିଯୁକ୍ତ ଗୋପାଳ ନବ ଦାସଙ୍କୁ ମାରିଥିବା ସନ୍ଦେହ ଘେରରେ ଥିଲା।

ବର୍ତ୍ତମାନ ଆଉ ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ନବ ଦାସଙ୍କୁ ଅଭିଯୁକ୍ତ ଗୋପାଳ ଅତିନିକଟରୁ ମାରିବାର ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଥିରେ ନବ ଦାସଙ୍କ ସାମ୍ନାରେ ଠିଆ ହୋଇ ଗୋପାଳ ବନ୍ଧୁକରୁ ଫାୟାରିଂ କରୁଥିବା ଭଳି ମୁଦ୍ରାରେ ଛିଡ଼ା ହୋଇଥିବା ଜଣାପଡୁଛି। ନବ ଦାସ ଗାଡିରୁ ଓହ୍ଲାଇବା ମାତ୍ରେ ଗୋପାଳ ଦୁଇ ହାତରେ ବନ୍ଧୁକରୁ ସାମ୍ନାରୁ ଗୁଳି କରୁଥିବା ଭଳି ଜଣାପଡୁଛି।

ସୂଚନା ଅନୁସାରେ, ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦିବାଲୋକରେ ଏବଂ ଲୋକଲୋଚନାରେ ଗୁଳି କରିଥିଲେ ପୁଲିସ କର୍ମଚାରୀ ଗୋପାଳ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ମାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।

ବର୍ତ୍ତମାନ ସୁଦ୍ଧା ଗୋପାଳ ହତ୍ୟା କରିବାର କାରଣ ସ୍ପଷ୍ଟ ହୋଇନଥିବାବେଳେ ଗୋପାଳର ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଚୌଦ୍ୱାର ଜେଲ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଏବଂ ନାର୍କୋ ଟେଷ୍ଟ ହେବାକୁ ଥିବାବେଳେ ଗୁଜୁରାଟ ଗାନ୍ଧୀନଗରରେ ପଲିଗ୍ରାଫ୍ ଟେଷ୍ଟ ଓ ନାର୍କୋ ଟେଷ୍ଟ ଶେଷ ହୋଇଥିଲା। ଏହି ଟେଷ୍ଟର ରିପୋର୍ଟ ଆସିବା ପରେ ହତ୍ୟା ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

Leave A Reply

Your email address will not be published.