Odisha Link
Bridging the Missing Links in Odisha

ନାଗରିକଙ୍କ ସୁରକ୍ଷା ପାଇଁ ଆଇନ ଓ ନିରାପତ୍ତା ସୁନିଶ୍ଚିତ କରନ୍ତୁ ସରକାର: ଧର୍ମେନ୍ଦ୍ର ପ୍ରଧାନ

ଗତ ୨୭ରେ ଜଣେ ବ୍ୟବସାୟୀଙ୍କ ପୁଅକୁ ଅପହରଣ ଅଭିଯୋଗ ହୋଇଥିବା ସାମ୍ନାକୁ ଆସିଥିଲା।

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ାର ୧୫ ବର୍ଷୀୟ ନାବାଳକ ଅପହରଣ ଓ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଡା ପ୍ରତିକ୍ରିୟା। ଟ୍ବିଟ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଇଏ ହିଁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ବାସ୍ତବତା। ନବ ଦାସ ହତ୍ୟାକୁ ୨ ମାସ ନ ପୁରୁଣୁ ନାବାଳକ ସମର୍ଥର ହତ୍ୟା କରାଯାଇଛି। ସରକାର ଦାବି କରୁଥିବା ଆଇନର ଶାସନକୁ ପଦାରେ ପକାଇଛି। ସାଧାରଣ ନାଗରିକ ଓ ଜନପ୍ରତିନିଧି ସୁରକ୍ଷିତ ନୁହନ୍ତି। ଝାରସୁଗୁଡ଼ା ଘଟଣା ରାଜ୍ୟବାସୀଙ୍କ ବିଶ୍ୱାସକୁ ଦୁର୍ବଳ କରିଛି। ସମର୍ଥଙ୍କ ପରିବାରକୁ ଯେତେ ସହାନୁଭୂତି ଜଣାଇଲେ କମ୍‌ ପଡ଼ିବ। ନାଗରିକଙ୍କ ସୁରକ୍ଷା ପାଇଁ ଆଇନ ଓ ନିରାପତ୍ତା ସୁନିଶ୍ଚିତ କରନ୍ତୁ ସରକାର।

ଖବର ଅନୁସାରେ, ୫୦ଲକ୍ଷ ଟଙ୍କା ପାଇଁ ଝାରସୁଗୁଡ଼ାରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ଜଣେ ନାବାଳକକୁ ଟଙ୍କା ଲୋଭରେ ଅପହରଣ କରାଯାଇଥିଲା। ନାବାଳକକୁ ପ୍ରଥମେ ଝାରସୁଗୁଡ଼ାରୁ ଅପହରଣ କରିଥିଲେ ଦୁର୍ବୁତ୍ତ। ପରେ ବରଗଡ଼ରେ ନାବାଳକଙ୍କୁ ହତ୍ୟା କରି ପୋଡ଼ିଦେଇଥିବା ସୂଚନା ମିଳିଥିଲା। ଗତ ୨୭ରେ ଜଣେ ବ୍ୟବସାୟୀଙ୍କ ପୁଅକୁ ଅପହରଣ ଅଭିଯୋଗ ହୋଇଥିବା ସାମ୍ନାକୁ ଆସିଥିଲା। ୫୦ଲକ୍ଷ ପାଇଁ ନାବାଳକକୁ ଅପହରଣ କରିବା ପରେ ଦୁର୍ବୁତ୍ତ ମାନେ ନାବାଳକଙ୍କୁ ହତ୍ୟା କରିଥିଲେ। ତେବେ ଏହି ଘଟଣାର ଅଭିଯୋଗ କ୍ରମେ ମାମଲାର ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୁଲିସ।

ଅନ୍ୟପଟେ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଏଥିମଧ୍ୟରେ ପାଖାପାଖି ୨ମାସ ଶେଷ ହୋଇଛି। ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଜେଲରେ ଦିନ କାଟୁଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି। ହେଲେ ହତ୍ୟାର ଏତେ ଦିନ ପରେ ମଧ୍ୟ ହତ୍ୟାକାଣ୍ଡର ମୁଖ୍ୟ କାରଣ ସାମ୍ନାକୁ ଆସିପାରିନାହିଁ। ବାରମ୍ବାର ଝାରସୁଗୁଡ଼ାରେ ଏଭଳି ଜଘନ୍ୟକାଣ୍ଡ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିବା କୁହାଯାଉଛି।

Leave A Reply

Your email address will not be published.