Odisha Link
Bridging the Missing Links in Odisha

ଓଡ଼ିଶାର ସ୍ଥିତି ୟୁପି ଠାରୁ ବି ଖରାପ: ବିଧାୟକ ସାଲୁଜା

ଝାରସୁଗୁଡ଼ା ପାଇଁ ୨୯ ତାରିଖ ହେଉଛି କଳାଦିନ।

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଏଥିମଧ୍ୟରେ ପାଖାପାଖି ୨ମାସ ଶେଷ ହୋଇଛି। ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଜେଲରେ ଦିନ କାଟୁଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି। ହେଲେ ହତ୍ୟାର ଏତେ ଦିନ ପରେ ମଧ୍ୟ ହତ୍ୟାକାଣ୍ଡର ମୁଖ୍ୟ କାରଣ ସାମ୍ନାକୁ ଆସିପାରିନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ତାଙ୍କ ପଦ ଖାଲି ରହିଛି। ତେବେ ଏହି ପଦବୀ ପୂରଣ ପାଇଁ ଝାରସୁଗୁଡାରେ ଉପ-ନିର୍ବାଚନ ହେବ। ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ। ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର।

ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପରେ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଝାରସୁଗୁଡ଼ା ପାଇଁ ୨୯ ତାରିଖ ହେଉଛି କଳାଦିନ। ଜାନୁଆରୀ ୨୯ରେ ନବ ଦାସଙ୍କୁ ଓ ମାର୍ଚ୍ଚ ୨୯ରେ ସମର୍ଥକୁ ହତ୍ୟା। ବିଜେଡି ଶାସନରେ ହତ୍ୟା, ଅପହରଣ, ଦୁଷ୍କର୍ମ ବଢ଼ିଛି। ଓଡ଼ିଶାର ସ୍ଥିତି ୟୁପି ଠାରୁ ବି ଖରାପ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା। ଝାରସୁଗୁଡ଼ା ଉପନିର୍ବାଚନରେ ଲୋକେ ଭୋଟ୍‌ ଦେବାକୁ ଡରିବେ ବୋଲି କହିଛନ୍ତି ସାଲୁଜା। ଉଭୟ ହତ୍ୟା ଘଟଣାର ମୁଖ୍ୟ ହତ୍ୟାକାରୀଙ୍କୁ ସରକାର ସାମ୍ନାକୁ ଆଣନ୍ତୁ ବୋଲି କହିଛନ୍ତି ବିଧାୟକ ସାଲୁଜା।

Leave A Reply

Your email address will not be published.