Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସ୍ ହାର ୯୬ ପ୍ରତିଶତରୁ ଅଧିକ

ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଜାଣିପାରିବେ।

ଓଏଲ୍‌ ବ୍ୟୁରୋ: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଖୁବଶୀଘ୍ର ଓଡ଼ିଶା ବୋର୍ଡର ୱେବସାଇଟରେ ଉପଲବ୍ଧ ହେବ ଏହି ରେଜଲ୍ଟ। କଟକ ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ ପାସ୍ ହାର ୯୬ ପ୍ରତିଶତରୁ ଅଧିକ।

ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ଡଟ୍ ବିଏସଇଓଡ଼ିଶା ଡଟ୍ ଏସି ଡଟ୍ ଇନ୍ ୱେବସାଇଟରେ ପରୀକ୍ଷା ଫଳ ଜାଣିହେବ। ସେହିପରି ଏସଏମଏସ୍ ପାଇଁ ଓଆର୧୦ ଲେଖି ସ୍ପେସ୍ ଦେଇ ରୋଲ୍ ନମ୍ବର ଦେବାକୁ ପଡ଼ିବ। ଏହା ପରେ ୫୬୭୬୭୫୦କୁ ପଠାଇଲେ ରେଜଲ୍ଟ ମିଳିପାରିବ।

ମାଟ୍ରିକ ଫଳାଫଳ ପାଇବେ କେମିତି :

ଅଭିଭାବକ ଓ ପରୀକ୍ଷାର୍ଥୀମାନେ www.bseodisha.ac.in ସାଇଟରେ ନିଜ ରେଜଲ୍ଟ ପାଇପାରିବେ। ଏହାବାଦ SMS ମାଧ୍ୟମରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ଜାଣିପାରିବେ। OR10 ଲେଖି ସ୍ପେଶ ଦେବାପରେ ନିଜ ରୋଲ୍ ନମ୍ବରକୁ ଟାଇପ କରି 5676750 ନମ୍ବରକୁ ପଠାଇ ସେମାନେ ରେଜଲ୍ଟ ଜାଣିପାରିବେ।

ପରୀକ୍ଷାଫଳରେ ଅସନ୍ତୁଷ୍ଟ ଥିଲେ କରିପାରିବେ ଅଭିଯୋଗ:

ସେହିପରି ପରୀକ୍ଷା ଫଳକୁ ନେଇ ଯଦି ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥାଏ ତେବେ ଗୋଟିଏ ମାସ ମଧ୍ୟରେ ସେମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ। ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ନମ୍ବର ୦୬୭୧-୨୪୧୫୪୬୦ ଜାରି କରାଯାଇଛି।

ସୂଚନାଥାଉକି, ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶନ ନେଇ ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଥିଲେ ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି। ପରୀକ୍ଷାର ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବା ନେଇ ନିର୍ଦ୍ଦେଶ ରହିଥିବା ସୂଚନା ଦେଇଥିଲେ ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି।

Leave A Reply

Your email address will not be published.