ଏସିଆ କପ୍ ୨୦୨୩: ଆଜି ଭାରତ-ପାକିସ୍ତାନ ମହାମୁକାବିଲା

ଓଏଲ୍ ବ୍ୟୁରୋ: ଆଉ କିଛି ସମୟ ପରେ ଏସିଆ କପ୍ ୨୦୨୩ର ସବୁଠାରୁ ବଡ଼ ମୁକାବିଲା ଖେଳାଯିବ। ଏସିଆ କପ୍ର ୫୦ତମ ମ୍ୟାଚ୍ ଖେଳାଯିବ। ବିଶ୍ବ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ଆସନ୍ତାକାଲି ମୁହାଁମୁହିଁ ହେବେ। ଆଜି ଅର୍ଥାତ ଶନିବାର ଅପରାହ୍ନ ୩ଟାରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ। ଆଉ ଏହି ହାଇଭୋଲଟେଜ ମ୍ୟାଚ ଦେଖିବାକୁ ଉଭୟ ଦେଶର କ୍ରିକେଟ ପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଆଜି ଅପରାହ୍ନ ୩ଟାରେ ଶ୍ରୀଲଙ୍କାର ପାଲେକଲ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ।
ଅନ୍ୟପଟେ, ମହାମୁକାବିଲା ପୂର୍ବରୁ ଅର୍ଥାତ୍ ମ୍ୟାଚର ୨୪ ଘଣ୍ଟା ପୂର୍ବରୁ ପାକିସ୍ତାନ ଦଳ ତାର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଥିଲା। ମୁକାବିଲା ପାଇଁ ପ୍ରି ମ୍ୟାଚ୍ ପ୍ରେସ କନଫରେନ୍ସ ହୋଇଥିଲା। ଏହି ସମୟରେ ପାକିସ୍ତାନ ଅଧିନାୟକ ବାବର ଆଜମ ନିଜର ଚୂଡ଼ାନ୍ତ ଏକାଦଶ ସମ୍ପର୍କରେ ଘୋଷଣା କରିଛନ୍ତି। ଏସିଆ କପର ଓପନିଂ ମ୍ୟାଚ୍ରେ ପାକିସ୍ତାନ ବେଶ ସହଜରେ ନେପାଳକୁ ୨୩୮ ରନରେ ହରାଇଥିଲା। ଉକ୍ତ ମ୍ୟାଚ୍ରେ ଖେଳୁଥିବା ସମସ୍ତ ଖେଳାଳି ଭାରତ ବିପକ୍ଷରେ ମଧ୍ୟ ଲଢ଼େଇ କରିବେ। ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବାବର ସ୍ପଷ୍ଟ କରିଛନ୍ତି।
ପାକିସ୍ତାନ ଚୂଡ଼ାନ୍ତ ଏକାଦଶ: ଫଖର ଜମାନ, ଇମାମ ଉଲ ହକ, ବାବର ଆଜମ, ମହମ୍ମଦ ରିଜୱାନ, ଆଘା ସଲମାନ, ଇଫତକାର ଅହମଦ, ଶଦାବ ଖାନ, ମହମ୍ମଦ ନୱାଜ, ଶାହୀନ ଶାହ ଆଫ୍ରିଦି, ନଶୀମ ଶାହ ଓ ହରିଶ ରୌଫ।
ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବ। ଆଉ ଟୁର୍ଣ୍ଣାମେଣ୍ଟ ପ୍ରଥମ ଦୁଇଟି ମ୍ୟାଚରୁ ବାଦ ପଡିଥିବା କେ.ଏଲ ରାହୁଲଙ୍କ ବଦଳରେ ଇସାନ୍ କିଶାନଙ୍କୁ ସୁଯୋଗ ମଳିବ ବୋଲି କୁହାଯାଉଛି।
ସମ୍ଭାବ୍ୟ ଭାରତ ଏକାଦଶ : ରୋହିଶ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଯଶପ୍ରୀତ୍ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି।