Odisha Link
Bridging the Missing Links in Odisha

ପୁଣି କ୍ଷମା ମାଗିଲେ ଯୋଗ ଗୁରୁ; କହିଲେ-ଭବିଷ୍ୟତରେ ଘଟିବ ନାହିଁ ଏମିତି ଘଟଣା

ଓଏଲ୍‌ ବ୍ୟୁରୋ: ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲାରେ ବାବା ରାମଦେବ ଓ ପତଞ୍ଜଳିର ମ୍ୟାନେଜିଂ ଡାଇରେକ୍ଟର ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଅଡ଼ୁଆ ବଢ଼ିବାରେ ଲାଗିଥିବାବେଳେ ପୁଣିଥରେ କ୍ଷମା ମାଗିଛନ୍ତି। ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ବାଲକୃଷ୍ଣ ପୁନର୍ବାର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପୁଣି କ୍ଷମା ମାଗିଥିବା ପତଞ୍ଜଳି ପକ୍ଷରୁ ଖବରକାଗଜରେ ଏକ ବିନା ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା ପ୍ରକାଶ ପାଇଛି।

ନ୍ୟୁଜ ପେପରରେ ପ୍ରକାଶିତ କ୍ଷମା ପ୍ରାର୍ଥନାରେ କୁହାଯାଇଛି ଯେ, ସୁପ୍ରିମକୋର୍ଟରେ ମାମଲା ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଆମେ ଏକ କମ୍ପାନୀ ଭାବରେ ଏବଂ ବ୍ୟକ୍ତିଗତ ଭାବରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛୁ। ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଆମେ ଏପରି କରୁଛି ବୋଲି ମଧ୍ୟ କୁହାଯାଇଛି। ଆମର ବିଜ୍ଞାପନ ପ୍ରକାଶ କରିବାରେ ଭୁଲ୍ ହୋଇଯାଇଛି। ଯେଉଁଥି ପାଇଁ ଆମ କମ୍ପାନୀ ପକ୍ଷରୁ କ୍ଷମା ମାଗୁଛୁ।

ଏଥିରେ ଆହୁରି କୁହାଯାଇଛି ଯେ, ଏପରି ଭୁଲ୍ ଆଉ ପୁନରାବୃତ୍ତି ହେବ ନାହିଁ। ତେବେ ଭବିଷ୍ୟତରେ ଏପରି ଘଟଣା ଆଉ ଘଟିବ ନାହିଁ ବୋଲି ଯୋଗ ଗୁରୁ ରାମଦେବ ଏବଂ ବାଲକ୍ରିଷ୍ଣା କହିଛନ୍ତି। ଉଭୟ କହିଛନ୍ତି ଯେ ଆମେ କୋର୍ଟର ନିର୍ଦ୍ଦେଶ ପାଳନ କରିବୁ ବୋଲି ପ୍ରତିଶୃତି ଦେଉଛୁ। ଆମେ ସବୁବେଳେ ନିୟମ ଏବଂ ନିର୍ଦ୍ଦେଶରେ ରହି କାର୍ଯ୍ୟ କରିବୁ।

ସୂଚନା ଅନୁସାରେ, ଏପ୍ରିଲ ୨ରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲାକୁ ନେଇ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଥିଲେ। ଏହି ମାମଲାର ଆଉ ଏକ ଶୁଣାଣି ଥିବା ବେଳେ ସୁପ୍ରିମକୋର୍ଟ ଦୁହିଁଙ୍କ କ୍ଷମାକୁ ଗ୍ରହଣ କରିନଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଏହା ପୂର୍ବରୁ କୋର୍ଟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ସାରିଛନ୍ତି ଉଭୟ ରାମଦେବ ଓ ବାଳକୃଷ୍ଣ। ମାତ୍ର ଏହାକୁ ଗ୍ରହଣ ନ କରି ଉଭୟଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ବି ଚେତାଇ ଦେଇଥିଲେ।

ସୁପ୍ରିମକୋର୍ଟ କହିଥିଲେ ଯେ, ଏପରି ଭୁଲ୍ ବାରମ୍ବାର ଗ୍ରହଣୀୟ ନୁହେଁ। ଏଥିପାଇଁ ଦଣ୍ତ ମିଳିବ। ଆମକୁ ସବୁକିଛି ଦେଖାଯାଉଛି। ଆମେ ଅନ୍ଧ ନୁହେଁ ବୋଲି କୋର୍ଟ ଭର୍ତ୍ସନା କରିଥିଲେ। ସେପ୍ଟେମ୍ବର ୨୦୨୩ ଓ ଜାନୁୟାରୀ ୨୦୨୪ରେ ଶୁଣାଣି ବେଳେ ପ୍ରିଣ୍ଟ ମିଡିଆରେ ପ୍ରକାଶିତ ପତଞ୍ଜଳି ବିଜ୍ଞାପନକୁ କୋର୍ଟରେ ଉପସ୍ଥାପନ କରିଥିଲା। ପତଞ୍ଜଳି ଏହି ବିଜ୍ଞାପନ ଗୁଡ଼ିକରେ ମଧୁମେହ ଓ ଆଜମା ଭଳି ରୋଗକୁ ନିଜ ଆୟୁର୍ବେଦିକ ଔଷଧ ଦ୍ୱାରା ସମ୍ପୂର୍ଣ୍ଣ ଭଲ କରିପାରୁଥିବା ଦାବି କରିଥିଲା। ତେବେ ବାରମ୍ବାର କହିବା ପରେ ମଧ୍ୟ ନଶୁଣିଥିବାରୁ ରାମଦେବଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିଥିଲେ।

Leave A Reply

Your email address will not be published.