Odisha Link
Bridging the Missing Links in Odisha

୨ ଜଣ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର ଛୁ

ଭୁବନେଶ୍ବର: ଗୁରୁ-ଶିଷ୍ୟ ସମ୍ପର୍କରେ ପୁଣିଥରେ ଲାଗିଲା କଳଙ୍କ | ଟ୍ୟୁସନ୍‌ କରିବାକୁ ଆସୁଥିବା ଶିକ୍ଷକ ଦୁଇ ଛାତ୍ରୀଙ୍କୁ ଧରି ମାରିଲେ ଚମ୍ପଟ। ଏମିତି ଏକ ଅଭାବବନୀୟ ଖବର ଆସିଛି ରାଜଧାନୀ ଭୁବନେଶ୍ବରରୁ। ଦୁଇ ଦିନ ହେବ ଛୁ ମାରିଥିବା ନେଇ ହୋଇଛି ଅଭିଯୋଗ।

ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର ଛୁ। ଜଣେ ନୁହେଁ ଏକାସଙ୍ଗେ ଦୁଇଜଣ ଛାତ୍ରୀଙ୍କୁ ନେଇ ଟ୍ୟୁସନ ଶିକ୍ଷକ ଛୁ ମାରିଥିବା ନେଇ ହୋଇଛି ଅଭିଯୋଗ। ଭୁବନେଶ୍ୱର ବଡଗଡ଼ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଅପରପକ୍ଷେ ଥାନାରେ ଅଭିଯୋଗ କଲେ ଛାତ୍ରୀଙ୍କ ପରିବାର।

ମିଳିଥିବା ସୂଚନା ମୁତାବିକ, ଦୁଇ ଛାତ୍ରୀ ହେଲେ ଜଣେ ଦଶମ ଶ୍ରେଣୀର ଆଉ ଜଣେ ଅଷ୍ଟମ ଶ୍ରେଣୀର। ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ରବିବାର ଠାରୁ ଦୁଇ ଛାତ୍ରୀ ଙ୍କୁ ନେଇ ଛୁ ମାରିଛନ୍ତି ଟ୍ୟୁସନ ସାର। ତେବେ ପ୍ରେମ ସମ୍ପର୍କ ନା ଆଉ କିଛି କାରଣ ରହିଛି ସେ ନେଇ ପୁଲିସ ତନାଘନା ଆରମ୍ଭ କରିଛି।

Leave A Reply

Your email address will not be published.