Odisha Link
Bridging the Missing Links in Odisha

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ଗିରଫ ହେଲେ ଘର ମାଲିକ

ସୁନ୍ଦରଗଡ଼ :ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ହାଜତକୁ ଗଲେ ବ୍ୟକ୍ତି ଓ ସହ ପରିବାର । ଉକ୍ତ ଘଟଣାଟି ସୁନ୍ଦରଗଡ଼ ବିଜୟା ଟକିଜ୍ ନିକଟରେ ଘଟିଛି ।ତାଙ୍କୁ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଥିଲା ।

ସୂଚନା ଅନୁସାରେ, ଇନ୍ଦ୍ରମଣୀ ଖୁଣ୍ଟିଆଙ୍କ ଘରେ ରହୁଥିବା ଜଣେ ଭଡ଼ାଟିଆଙ୍କୁ ଘର ଖାଲି କରିବାକୁ କହିଥିଲେ। ହେଲେ କରୋନା ମହାମାରୀ ଯୋଗୁ ଘର ଖାଲି କରିବାକୁ ଭଡାଟିଆ ଅସମର୍ଥ ଥିଲେ। ଭଡ଼ାଟିଆଙ୍କ ପରିସ୍ଥିତି ନ ବୁଝି ଘର ମାଲିକ ତାଙ୍କୁ ଘରୁ ବାହାରିବା ପାଇଁ ବାଧ୍ୟ କରିଥିଲେ। ଶେଷରେ ତାଙ୍କ ଘରକୁ ତାଲା ପକାଇ ଦେଇଥିଲେ। ଏନେଇ ଭଡ଼ାଟିଆ ଟାଉନ୍ ଥାନାରେ ଅଭିଯୋଗ ପରେ ପୋଲିସ୍ ସହ ସହକାରୀ ଜିଲ୍ଲାପାଳ ସାରିକା ଧମେଲ ଘଟଣାସ୍ଥଳରେ ପହଞ୍ଚି ଥିଲେ।

ଘରମାଲିକ ଓ ତାଙ୍କ ସ୍ତ୍ରୀ, ଝିଅ ସହକାରୀ ଜିଲ୍ଲାପାଳଙ୍କୁ ଗାଳି କରିବା ସହ ମାଡ଼ ମାରି ଥିଲେ । ଅଭିଯୋଗ ପରେ ପୁଲିସ ସେମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଳଣା କରିଛି।

Comments are closed.