Odisha Link
Bridging the Missing Links in Odisha

ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା

ଭୁୁବନେଶ୍ବର: ରାଜ୍ୟରେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ସମ୍ଭାବନା ରିହିଛି। ରାଜ୍ୟର ବହୁ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ।

ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ,ନୟାଗଡ଼, ଅନୁଗୁଳୁ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ସତର୍କ ସୂଚନା। ପାରଦ ଖସିବା ସହ ରାତିରେ ଶୀତ ବଢ଼ିବ ଓ ପ୍ରତ୍ୟୁଷରୁ ଘନରୁ ହାଲୁକା କୁହୁଡ଼ି ପଡ଼ିବ।

ଏହାକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଘନ କୁହୁଜ଼ି କାରଣରୁ ଦୁର୍ଘଟଣାର ସମ୍ଭା ଥିବାରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସର୍ତକ ରହବାକୁ ଅବଗତ କରାଇଲେ ଏସଆରସି ।

Comments are closed.