Odisha Link
Bridging the Missing Links in Odisha

ଜାଲ ନୋଟ କାରବାରର ମାଷ୍ଟରମାଇଣ୍ଡ ଗିରଫ

ଚାନ୍ଦବାଲି: ଜାଲ ନୋଟ କାରବାରର ମାଷ୍ଟରମାଇଣ୍ଡ ଗିରଫ। ଉକ୍ତ ଅଭିଯୁକ୍ତ ଘର ଯାଜପୁର ଜିଲ୍ଲା ବିଂଝାରପୁରରେ। ସେ ଯାଯପୁରରୁ ଆସି ଚାନ୍ଦବାଲିରେ ରହି ଜାଲ ନୋଟ କାରବାର କରୁଥିଲେ। ଚାନ୍ଦବାଲି ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି।

ସୂଚନାଅନୁସାରେ, ଉକ୍ତ ଯୁବକ ଚାନ୍ଦବାଲିରେ ଏକ ମିଠା ଦୋକନରେ ମିଠା କିଣି ତାଙ୍କୁ ଏକ ୨ ହଜାର ଟଙ୍କିଆ ଜାଲ ନୋଟ ଦେଇଥିଲେ। ମିଠା ଦୋକାନୀ ଜାଲ ନୋଟ ଜାଣିବା ପରେ ପୋଲିସକୁ ଫୋନ କରିଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖିଥିଲା। ଏପରି କି ତାଙ୍କ ପାଖରେ ଥିବା ୭ ହଜାର ଟଙ୍କାର ଜାଲ ନୋଟ ଥିବା ପୋଲିସ ସୂଚନା ଦେଇଛି। ଏହି ଜାଲ ନୋଟ କାରବାରର ଚେର କେତେବାଟ ଲମ୍ବିଛି, ତାହାର ଖୋଳତାଡ ଆରମ୍ଭ କରିଛି ପୋଲିସ।

Comments are closed.