Odisha Link
Bridging the Missing Links in Odisha

ବଜେଟ ୨୦୨୧: ନିର୍ମଳାଙ୍କ ପେଡ଼ି ଖୋଲିବା ପୂର୍ବରୁ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଖୋଲିବ ବଜେଟ୍‌ ପେଡି। ଦିନ ୧୧ ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୧-୨୨ ସାଧାରଣ ବଜେଟ ଉପସ୍ଥାପନ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରି ସାରିଛି। ବଜେଟ ଉପସ୍ଥାପନ ପୂର୍ବରୁ ମେଡ୍-ଇନ୍-ଇଣ୍ଡିଆ ଟାବଲଏଡ ଧରି ସଂସଦ ଭବନ ପରିସରେ ପହଞ୍ଚି ସାରିଲେଣି ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଏବଂ ରାଷ୍ଟ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର। ପ୍ରଥମେ ଦୁଇ ମନ୍ତ୍ରୀ ଅର୍ଥମନ୍ତ୍ରାଳୟକୁ ଯାଇଥିଲେ, ସେଠାରୁ ସେମାନେ ସଂସଦକୁ ଯାଇଛନ୍ତି।

ତେବେ ବଜେଟ୍‌ ଉପସ୍ଥାପନ ପୂର୍ବରୁ ସେନ୍‌ସେକ୍ସରେ ବୃଦ୍ଧି ଘଟିଛି। ସେନସେକ୍ସ ୪୦୦ ପଏଣ୍ଟ ବୃଦ୍ଧି ଘଟିବା ସହ ୪୬,୬୧୭.୯୫ ଅଙ୍କରେ ଖୋଲିଛି। ସେହିପରି ନିଫ୍ଟି ୧୩,୭୫୮.୬୦ରେ ରହିଛି।

କରୋନା ଯୋଗୁଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ପେପର ଲେସ୍ ବଜେଟ୍‌ ଉପସ୍ଥାପନ ହେବ। ମେଡ-ଇନ-ଇଣ୍ଡିଆ ଟାବଲଏଡ ଜରିଆରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବେ। ବଜେଟ୍‌ର ସମସ୍ତ ସଫ୍ଟ କପି, ଅନ୍‌ଲାଇନରେ ଉପଲବ୍ଧ ହେବ।

Comments are closed.