Odisha Link
Bridging the Missing Links in Odisha

ଆଜିଠୁ ସାରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ୍‌ ଆରମ୍ଭ

ଭୁବନେଶ୍ବର: ରାଜ୍ୟରୁ ପୁଣି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହା ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହୋଇଛି ସପ୍ତାହନ୍ତ ସଟଡାଉନ୍‌। କରୋନା ସଂକ୍ରମଣରେ ରୋକ୍ ଲଗାଇବାକୁ ରାଜ୍ୟ ସରକାର ଘୋଷଣା କରିଥିବା ସପ୍ତାହନ୍ତ ସଟଡାଉନ୍ ପାଳନ ପାଇଁ ଆଜି ସକାଳୁ ସବୁଠି ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି କରାଯାଇଛି। ସଟଡାଉନ୍ ଅବଧି ଆଜି ସକାଳୁ ଆରମ୍ଭ ହୋଇ ସୋମବାର ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଏହି ଅବଧି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ର ନିୟମିତ ସେବା ବନ୍ଦ ରହିବା ନେଇ ଦି କ୍ୟାପିଟାଲ୍‌ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପର୍ଟ (କ୍ରୁଟ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସପ୍ତାହାନ୍ତ ଶଟ୍‌ଡାଉନ୍‌ ବେଳେ ମୋ ବସ୍‌ର ନିୟମିତ ସେବା ବନ୍ଦ ରହିଲେ ମଧ୍ୟ ରେଲୱେ ଷ୍ଟେସନ୍‌ରୁ ଯାତ୍ରୀଙ୍କୁ ନେବା ପାଇଁ ଏହା ଚାଲିବ। ରେଲୱେ ଷ୍ଟେସନ୍‌ରୁ କଟକ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ଚାଲିବ ‘ମୋ ବସ୍‌’।

ସେହିପରି ଭୁବନେଶ୍ୱର ବିମାନବନ୍ଦରରୁ ଷ୍ଟେସନକୁ ସେବା ମିଳିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସହରାଞ୍ଚଳରେ ଦୁଇ ଦିନିଆ ଶଟଡାଉନ୍ ବେଳେ ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ୬୮ଟି ପଏଣ୍ଟରେ ଚେକିଂ ହେଉଛି ଟ୍ୱିନ୍‌ ସିଟି (ଭୁବନେଶ୍ୱର ଓ କଟକ)ରେ ସପ୍ତାହାନ୍ତ ଶଟ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି କହିଛନ୍ତି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। କଟକର ୨୫ ଓ ଭୁବନେଶ୍ୱରରେ ୪୩ ଜାଗାରେ ନାକା ପଏଣ୍ଟ ହୋଇଛି।

ଏହି ସମୟରେ ଘରୁ ନ ବାହାରିବାକୁ ଲୋକଙ୍କୁ ନିବେଦନ ସହ ଅମାନିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ଚେତାବନୀ ଦେଇଛନ୍ତି ।ସିପି ଆହୁରି କହିଛନ୍ତି, ସପ୍ତାହାନ୍ତ ଶଟ୍‌ଡାଉନ୍‌ ପାଇଁ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ସ୍ପେଶାଲ ପାସ୍ ବ୍ୟବସ୍ଥା କରାଯାଇ ନାହିଁ। ସେମାନେ ନିଜ ସଂସ୍ଥା ଦ୍ୱାରା ପ୍ରଦତଃ ପରିଚୟପତ୍ର ଦେଖାଇ କାମକୁ ଯାଇପାରିବେ।

Leave A Reply

Your email address will not be published.