Odisha Link
Bridging the Missing Links in Odisha

ଲୋକସେବା ଭବନ ବହାରେ ସରକାରୀ କର୍ମଚାରୀଙ୍କୁ ଟିକାକରଣ

ଭୁବନେଶ୍ୱର: ଆଜିଠୁ ଲୋକସେବା ଭବନ କର୍ମଚାରୀଙ୍କୁ ଟିକାକରଣ। ଲୋକସେବା ଭବନ ବାହାରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଦିଆଯିବ ଟିକା। ଲୋକସେବା ଭବନର କନ୍‌ଭେନସନ୍‌ ହଲରେ ଲୋକସେବା ଭବନ ସମେତ ଅନ୍ୟ ସରକାରୀ ଅଫିସର କର୍ମଚୀରୀ ଓ ଅଧିକାରୀମାନଙ୍କ ପାଇଁ ଟିକାକରଣ ବ୍ୟବସ୍ଥା ହୋଇଛି।

ଏଥିପାଇଁ ବାହାରେ ଥିବା ଅଫିସର କର୍ମଚାରୀ ଓ ଅଧିକାରୀମାନଙ୍କୁ ଟିକା ନେବା ପାଇଁ ଲୋକସେବା ଭବନ ପରିସରକୁ ଆସିବାକୁ ଅନୁମତି ଦିଆଯିବ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି।

କନଭେନ୍‌ସନ୍‌ କେନ୍ଦ୍ରରେ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କୋଭିଡ ଟିକା ପାଇଁ ବ୍ୟବସ୍ଥା କରାଯାଇଥିବାରୁ ଅନ୍ୟ ଅଫିସର କର୍ମଚାରୀ ଓ ଅଧିକାରୀମାନେ ଲୋକସେବା ଭବନ ଆସିପାରୁନାହାନ୍ତି। ସେମାନଙ୍କୁ ଲୋକସେବା ଭବନର ପଛପଟ ଅର୍ଥାତ୍‌ ୫ ନମ୍ବର ଫାଟକ ପଟେ ଆସିବାର ଅନୁମତି ଦିଆଯିବ।

ତେବେ ଏହି ଫାଟକ ଦେଇ ବିଏମ୍‌ସି କର୍ମଚାରୀ ଓ କ୍ୟାପିଟାଲ ହସ୍ପିଟାଲର ଟିକାକରଣ ସ୍ବାସ୍ଥ୍ୟକର୍ମୀ ବି ଯାତାୟତ କରିବେ। ଯେଉଁ ସରକାରୀ କର୍ମଚାରୀ କିମ୍ବା ଅଧିକାରୀମାନେ କୋଭିଡ ଟିକା ନେବେ, ସେମାନେ ତାଙ୍କ ବିଭାଗ ଦ୍ବାରା ସାଧାରଣ ପ୍ରଶାସନ ବିଭାଗକୁ ଲେଖାଯାଇଥିବା ଆନୁଷ୍ଠାନିକ ପତ୍ର ସାଙ୍ଗରେ ଧରି ଆସିବେ। ଏହାସହିତ ସମ୍ପୃକ୍ତ କର୍ମଚାରୀ ତାଙ୍କ ପରିଚୟ ପତ୍ର ବି ଆଣିବେ। ଏହି ଦୁଇଟିଯାକ ପ୍ରମାଣ ପତ୍ର ନଥିବା କର୍ମଚାରୀଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାର ଅନୁମତି ମିଳିବ ନାହିଁ।

Leave A Reply

Your email address will not be published.