Odisha Link
Bridging the Missing Links in Odisha

ସୁଶାନ୍ତ ରାଜପୁତଙ୍କ ବଡିଗାର୍ଡଙ୍କୁ ଏନସିବିର ସମନ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ନସିବିର ତଦନ୍ତ ଜାରି ରହିଛି। ଏନସିବି ସୁଶାନ୍ତଙ୍କ ସେବକ ନୀରଜ ଏବଂ କେଶବଙ୍କୁ ପଚରାଉଚରା କରିବା ପରେ ଏବେ ସୁଶାନ୍ତ ରାଜପୁତଙ୍କ ବଡିଗାର୍ଡଙ୍କୁ ସମନ ପଠାଇଛି ଏନସିବି। ପୂର୍ବରୁ ମଧ୍ୟ ସୁଶାନ୍ତଙ୍କ ବଡିଗାର୍ଡଙ୍କୁ ପଚରାଉଚରା କରାଯାଇଥିଲା।

ଅନ୍ୟପଟେ ବୁଧବାର ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ହରିଶ ଖାନ ନାମକ ଜଣେ ଡ୍ରଗ୍ସ ପ୍ୟାଡଲରଙ୍କୁ ମଧ୍ୟ ଗିରଫ କରାଯାଇଛି। ଭବିଷ୍ୟତରେ ଏହି ମାମଲାରେ ଆହୁରି ଅନେକ ଗିରଫ ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା।

ସୂଚନାଯୋଗ୍ୟ, ଜୁନ୍ ୧୪ ରେ ସୁଶାନ୍ତ ସିଂ ରାଜପୁତଙ୍କ ଘରେ ତାଙ୍କ ମୃତଦେହ ମିଳିଥିଲା। ଯାହା ପରେ ମୁମ୍ବାଇ ପୋଲିସ ଏବଂ ପରେ ପାଟନା ପୋଲିସ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଇଥିଲା। ତେବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ପରେ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହି ମାମଲାରେ ଡ୍ରଗ୍ସ ଆଙ୍ଗଲ୍ ସାମ୍ନାକୁ ଆସିବା ପରେ ନାରୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଦ୍ୱାରା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇଙ୍କ ସମେତ ଅନେକ ଲୋକଙ୍କୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.