Odisha Link
Bridging the Missing Links in Odisha

ପ୍ରାଥମିକ ଶିକ୍ଷକ ଏକ୍ସ-କ୍ୟାଡର ମହାସଂଘର ରାଜରାସ୍ତାରେ ବିଶାଳ ବିକ୍ଷୋଭ

ଶିକ୍ଷକଶିକ୍ଷୟିତ୍ରୀଙ୍କ ଡେପୁଟେସନ ବାତିଲ କରି ଏକ୍ସ-କ୍ୟାଡର ବ୍ୟବସ୍ଥା ଉଚ୍ଛେଦ କରିବା ସହ ୨୦୧୭ ମାର୍ଚ୍ଚ ୧ରୁ କ୍ୟାଡରଭୁକ୍ତ କରନ୍ତୁ

ଓଏଲ୍‌ ବ୍ୟୁରୋ : ରାଜ୍ୟସରକାର ଘୋଷଣା କରିଥିବା ସ୍ଥାୟୀ ନିଯୁକ୍ତି ପରେ ଚୁକ୍ତି ଭିତ୍ତିକ ନିଯୁକ୍ତିରେ ଥିବା ବିଭିନ୍ନ ଶିକ୍ଷକ ସଙ୍ଘ ଧାରଣା ଦେବାର ପୂର୍ବରୁ ଦେଖିବାକୁ ମିଳିଥିଲା। ଆଜି ରାଜଧାନୀ ରାଜରାସ୍ତାରେ ପୁଣି ଶିକ୍ଷକ ସଙ୍ଘର ବିକ୍ଷୋଭ ଦେଖିବାକୁ ମିଳିଛି। ଲୋୟର ପିଏମଜିରେ ବିକ୍ଷୋଭ କରୁଛନ୍ତି ପ୍ରାଥମିକ ଶିକ୍ଷକ ଏକ୍ସ-କ୍ୟାଡର ମହାସଂଘ।

ନିଜର ୮ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ଏକ୍ସ-କ୍ୟାଡର ମହାସଂଘ ରାଜଧାନୀରେ ବିଶାଳ ବିକ୍ଷୋଭ ସମାବେଶ କରିଥିବା ଖବରରୁ ଜଣା ପଡିଛି। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ମିଳିବା ପାଇଁ ବିକ୍ଷୋଭର ନେତୃତ୍ୱ ନେଇଥିବା ରାଜ୍ୟ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକ ନିଜର ମନ୍ତବ୍ୟ ଦେଇଥିଲେ। ସେ କହିଛନ୍ତି ସରକାର ତୁରନ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ଡେପୁଟେସନ ବାତିଲ କରି ଏକ୍ସ-କ୍ୟାଡର ବ୍ୟବସ୍ଥା ଉଚ୍ଛେଦ କରିବା ସହ ୨୦୧୭ ମାର୍ଚ୍ଚ ୧ରୁ କ୍ୟାଡରଭୁକ୍ତ କରନ୍ତୁ।

ଏଡାଛଡ଼ା ସମସ୍ତଙ୍କୁ ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ କରିବା ସହ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରାଯାଉ। ଏହି ୮ଦଫା ଦାବି  ଯଦି ସରକାର ପୂରଣ ନ କଲେ ଆନ୍ଦୋଳନ ଜୋରଦାର ହେବ ବୋଲି ବିକ୍ଷୋଭର ନେତୃତ୍ୱ ନେଇଥିବା ରାଜ୍ୟ ମହାସଂଘର ସଭାପତି କହିଛନ୍ତି। ଆଜିର ବିଶାଳ ବିକ୍ଷୋଭ ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଲୋୟର ପିଏମଜି ପର୍ଯ୍ୟନ୍ତ ହୋଇଥିବାବେଳେ ୨୦ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ରାଲିରେ ଯୋଗ ଦେଇଥିବା ଜଣା ପଡିଛି।

Leave A Reply

Your email address will not be published.