Odisha Link
Bridging the Missing Links in Odisha

‘ନବ ଦାସ ହତ୍ୟା ଘଟଣାର ୨୪ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଲା’

ପୂର୍ବତନ ଜଜଙ୍କୁ ନିୟୋଜନ ପାଇଁ ଅନୁରୋଧ କରିବା କଥା ସଂପୂର୍ଣ୍ଣ ମିଛ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି

ଓଏଲ୍‌ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଏସବୁ ମଧ୍ୟରେ ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଜୟନାରାୟଣ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ଘଟଣାର ୨୪ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନିଦ ଭାଙ୍ଗିଲା। କାଗଜ ଭିତରେ କ‘ଣ ଅଛି ପଚାରିଲେ କହି ପାରିବେନି।

ପୂର୍ବତନ ଜଜଙ୍କୁ ନିୟୋଜନ ପାଇଁ ଅନୁରୋଧ କରିବା କଥା ସଂପୂର୍ଣ୍ଣ ମିଛ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି। ଏହି ମାମଲାରେ ଧର୍ମେନ୍ଦ୍ର ପ୍ରଧାନ ଓ ମୋର ସଂପୃକ୍ତି ଥାଇପାରେ ବୋଲି ପ୍ରମିଳା ମଲ୍ଲିକ କହିଥିଲେ। ରାଜ୍ୟର ଜଣେ ମନ୍ତ୍ରୀଙ୍କ ବିବୃତିକୁ ରାଜ୍ୟ ସରକାରଙ୍କ ବିବୃତି ଧରାଯିବ। ତେଣୁ ଏହି ଘଟଣାକୁ ନେଇ ମୁଁ ପ୍ରମିଳାଙ୍କ ନାଁରେ ମାନହାନୀ ମାମଲା କରିବି ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।

ଖବର ଅନୁସାରେ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ କହିଥିଲେ, ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ତଦନ୍ତରେ ସହାୟତା ପାଇଁ ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇର ସହାୟତା ମାଗିଛି। ଏ ନେଇ ସହଯୋଗ କରିବାକୁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି। ଅଭିଯୁକ୍ତର ଆଚରଣର ତଦନ୍ତ ପାଇଁ ଏଫବିଆଇର ସହାୟତା ନିଆଯାଇଛି। ତଦନ୍ତର କୌଣସି ଦିଗକୁ ବି ଛଡା ଯାଉନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏଥିସହିତ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୀତିକରଣ କରା ଯାଉଥିବାରୁ ଏହା ମୋତେ ଏବଂ ଓଡ଼ିଶାବାସୀଙ୍କୁ ବାଧିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ନବ ଦାସଙ୍କୁ ଜଣେ ପୁଲିସ କର୍ମୀ ହତ୍ୟା କରିଥିବା ଖବର ଶୁଣି ସମସ୍ତଙ୍କ ଭଳି ମୁଁ ମଧ୍ୟ ଚକିତ ହୋଇଥିଲି ବୋଲି କହିଥିଲେ ନବୀନ ପଟ୍ଟନାୟକ। ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଏବେ ଜାରି ରହିଛି। ନବ ଦାସଙ୍କୁ କିଭଳି ନ୍ୟାୟ ମିଳିବ ସେଥିପାଇଁ ଆମ ସରକାର କାର୍ଯ୍ୟ କରୁଛନ୍ତି। କିନ୍ତୁ ଭାରତୀୟ ଜନତା ପାର୍ଟି ଏହାକୁ ରାଜନୀତିର ରୂପ ଦେବା ସହ ପୁଲିସ ବିଭାଗକୁ ବଦନାମ କରୁଛି।

ସୂଚନାଥାଉ କି, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଚାଲିଛି। ଏହି ମାମଲାରେ ବିରୋଧୀ ୫ଟି ସଚିବ ପାଣ୍ଡିଆନ ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଟାଣିଥିବାବେଳେ ଶାସକ ଦଳ ବିଜେଡି ଏହି ଘଟଣାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣିଛନ୍ତି।

Leave A Reply

Your email address will not be published.