Odisha Link
Bridging the Missing Links in Odisha

ବଢୁଛି ତାତି ; ରାଜଧାନୀରେ ତାପମାତ୍ରା ୩୭ ଡିଗ୍ରୀ ପାର୍‌

ତାପମାତ୍ରା ବୃଦ୍ଧିର କାରଣ ସମ୍ପର୍କରେ ଜଣାପଡିନାହିଁ।

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ମାସ ଶେଷ ନହଉଣୁ ତାତିରେ କଲବଲ ହେଲେଣି ଓଡ଼ିଶାର ବିଭିନ୍ନ ଅଞ୍ଚଳବାସୀ। ଆଉଟୁପାଉଟୁ କଲାଣି ତାତି। ଉପାନ୍ତରୁ ଉପକୂଳ ସିଝିଲାଣି ସାରା ଓଡ଼ିଶା। ବିଭିନ୍ନ ଜିଲ୍ଲାରେ ୩୫ ଡିଗ୍ରୀ ଉପରେ ପାରଦ। ଗତକାଲି ୩୮ ଦଶମିକ ୩ଡିଗ୍ରୀ ସହିତ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିଲା ସୋନପୁର। ଦ୍ବିତୀୟରେ ତାଳଚେର ଓ ତୃତୀୟରେ ରହିଥିଲା ନୟାଗଡ଼। ୩୭ଡିଗ୍ରୀ ପାର ହୋଇଛି ଭୁବନେଶ୍ବରର ତାପମାତ୍ରା। ଆଗାମୀ ଦିନରେ ତାପମାତ୍ରା ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିଛିଦିନ ଭିତରେ ସ୍ବାଭାବିକ ଠାରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ସମ୍ଭାବନା ରହିଛି। ଏଇ ମାସ ଶେଷକୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି।

ଓଡ଼ିଶାରେ ଆଗକୁ ଆହୁରି ତାପମାତ୍ରା ବଢିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତାପମାତ୍ରା ବୃଦ୍ଧିର କାରଣ ସମ୍ପର୍କରେ ଜଣାପଡିନାହିଁ। ତେବେ କେବଳ ରାଜଧାନୀ ନୁହେଁ ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ ଏବେଠୁ ତାତି ଅନୁଭୂତ ହେଲାଣି। କିଛି ଜିଲ୍ଲାରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ଦେଖିବାକୁ ମିଳିଛି। ଫେବ୍ରୁଆରୀ ମାସ ଶେଷ ନହେଉଣୁ ଏପରି ତାତି ହେବାକୁ ନେଇ ଆଗକୁ ଆହୁରି ତାତି ବଢ଼ିବ ବୋଲି ପାଣିପାଗ ବିଭାକ ଆକଳନ କରିଛି।

Leave A Reply

Your email address will not be published.