Odisha Link
Bridging the Missing Links in Odisha

ମାର୍ଚ୍ଚ ୫ ତାରିଖରେ ଲୋକାର୍ପିତ ହେବ ବିଜୁ ବାବୁଙ୍କ ଡାକୋଟା

ଡାକୋଟା ପାଇଁ ୨୭ ତାରିଖରେ ଫ୍ୟୁଜ ଲସ ବା ବିମାନର ବଡିକୁ ଅଣାଯିବ।

ଓଏଲ୍‌ ବ୍ୟୁରୋ: ବହୁ ପ୍ରତିକ୍ଷାର ଅନ୍ତ ଘଟି ନୂଆ ରୂପ ନେଉଛି ବିଜୁ ବାବୁଙ୍କ ଡାକୋଟା। କୋଲକାତାରୁ ଭୁବନେଶ୍ୱର ଆସିଥିବା ଡାକୋଟା ବିମାନକୁ ଭୁବନେଶ୍ୱର ବିମାନ ବନ୍ଦର ସମ୍ମୁଖରେ ରଖାଯାଇଛି। ଡାକୋଟାର ବେଲି ପାର୍ଟ ବା ମୁଖ୍ୟ ଯନ୍ତ୍ରାଂଶ, ଦୁଇଟି ଚକ ସହ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯ୍ୟାୟରେ ଅବସ୍ଥାପତି କରାଯାଇଛି। ଡାକୋଟା ପାଇଁ ୨୭ ତାରିଖରେ ଫ୍ୟୁଜ ଲସ ବା ବିମାନର ବଡିକୁ ଅଣାଯିବ। ୨୮ ତାରିଖରେ ଡେଣା ଆଣି ଲଗାଯିବ। ମାର୍ଚ୍ଚ ୩ ତାରିଖ ସୁଦ୍ଧା କାମ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖା ଯାଇଛି। ମାର୍ଚ୍ଚ ୫ ତାରିଖରେ ଲୋକାର୍ପିତ ହେବ ଡାକୋଟା।

ବର୍ତମାନ ଏହି ଡାକୋଟାର ରଙ୍ଗ କାର୍ଯ୍ୟ ଜାରି ରହିଛି। ଦୀର୍ଘ ଦିନ ଧରି ପଡିରହିବା ଯୋଗୁଁ ଡାକୋଟା ବିମାନର ଅନେକ ଅଂଶ ନଷ୍ଟ ହୋଇଯାଇଛି। ଗତ ଜାନୁଆରୀ ୧୭ତାରିଖରେ କୋଲକାତାରୁ ବାହାରି ୧୮ତାରିଖ ଦିନ ଡାକୋଟା ବିମାନ ଓଡ଼ିଶାରେ ପହଞ୍ଚିଥିଲା । କୋଲକାତାରୁ ବାହାରି ୩ଟି ବଡ ଲରି ମାଧ୍ୟମରେ ଓଡିଶାରେ ପହଞ୍ଚିଥିଲା ଡାକୋଟା ବିମାନ। ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ଅବସରରେ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ କରାଯିବ ବୋଲି ଜଣା ପଡିଛି। ଏହି ବିମାନଟି ଇଂଜିନିୟରଙ୍କ ଦ୍ୱାରା ମରାମତି ହେବା ପରେ ପୂର୍ବଭଳି ଦେଖାଯିବ କିନ୍ତୁ ଏହା ଉଡ଼ିପାରିବ ନାହିଁ।

Leave A Reply

Your email address will not be published.