Odisha Link
Bridging the Missing Links in Odisha

ସୀମା ଜଗିବେ ଶିକ୍ଷକ ଓ ଅଧ୍ୟାପକ

ମାଲକାନଗିରି: ରାଜ୍ୟରେ ଭୟଙ୍କର ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି କରୋନା ସଂକ୍ରମଣକୁ ଅଟକାଇବା ପାଇଁ ସରକାର ବିଭିନ୍ନ ପଡା ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ଭିତରେ  ମାଲକାନଗିରି କାଲିମେଳା ମୋଟୁରେ ଏବେ ଶିକ୍ଷକ ଓ ଅଧ୍ୟାପକ ସୀମା ଜଗିବେ।

୮ଟି ସ୍କୁଲର ଶିକ୍ଷକ ଓ ୭ଟି କଲେଜର ଅଧ୍ୟାପକଙ୍କୁ ସୀମା ଜଗିବା ପାଇଁ ଦାୟିତ୍ୱ ଦିଆଯାଇଛି।  ମୋଟୁ ତହସିଲଦାରଙ୍କ ତତ୍ତ୍ୱାବଧାନରେ ସମ୍ପୃକ୍ତ ଶିକ୍ଷକ ଓ ଅଧ୍ୟାପକ ବର୍ଡର ଜଗିବେ।  ତୁରନ୍ତ କାର୍ଯ୍ୟରେ ନିୟୋଜିତ ପାଇଁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଡର ଦେଇ ମାଲକାନଗିରିକୁ ଆସୁଥିବା ପ୍ରବାସୀଙ୍କୁ ଶିକ୍ଷକମାନେ ଚେକିଂ କରିବେ। ତେବେ କାର୍ଯ୍ୟରେ ଅବହେଳା କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଆନ୍ଧ୍ରରେ ନୂଆ କରୋନ ଷ୍ଟ୍ରେନ ଟାବ ପରେ ଓଡ଼ିଶାରେ ବିପଦ ଘନେଇଛି। ଫଳରେ ରାଜ୍ୟ ସରକାର ଆନ୍ଧ୍ର ଓ ତେଲେଙ୍ଗାନାରୁ ଓଡ଼ିଶା ଆସିଲେ ଏଣିକି ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୪୮ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ କିମ୍ବା ଦୁଇ ଡୋଜ ଟିକାକରଣ ପ୍ରମାଣପତ୍ର ଥିଲେ ଘରେ ୭ ଦିନ କ୍ୱାରେଣ୍ଟାଇନରେ ରହିବାକୁ ହେବ। ଏଥିରେ ଖିଲାପ କଲେ ୭ଦିନ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବାକୁ ପଡ଼ିବ।

 

ଏଥିସହ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ପଡ଼ୋଶୀ ଆନ୍ଧ୍ର ଓ ତେଲେଙ୍ଗାନାକୁ ଲାଗି ଥିବା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ସମସ୍ତ ସୀମାନ୍ତ ରାସ୍ତାରେ ଚେକ୍‌ ପୋଷ୍ଟ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.