Odisha Link
Bridging the Missing Links in Odisha

ଜମିବାଡ଼ି ଗଣ୍ଡଗୋଳକୁ ନେଇ ହତ୍ୟାକାଣ୍ଡ, ୨ ଅଟକ

ସାଲେପୁର: ସାଲେପୁର ଥାନା ମାଛୁଆତି ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ଗଣ୍ଡଗୋଳକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ସତ୍ୟପ୍ରକାଶ ମଲ୍ଲିକ। ପୁଲିସ ଅଭିଯୁକ୍ତ ନାବାଳକ ଓ ତାର ମାଆକୁ ଥାନାରେ ଅଟକ ରଖିଛି ।

ସୂଚନା ଅନୁସାରେ, ଗତକାଲି ରାତିରେ ସତ୍ୟାପ୍ରକାଶ ମଲ୍ଲିକଙ୍କୁ ସାଲେପୁର ବଜାର ରୁ ଚାଲି ଚାଲି ଯାଉଥିବା ସମୟରେ ଏହି ହତ୍ୟା କାଣ୍ଡ ହୋଇଥିଲା । ଜଣେ ନାବାଳକ ହଠାତ ଖଣ୍ଡାରେ ପଛପଟୁ ତାଙ୍କୁ ଆକ୍ରମଣ କରିଥିଲା । ସତ୍ୟପ୍ରକାଶ ଙ୍କୁ ପ୍ରଥମେ ସାଲେପୁର ମେଡିକାଲ କୁ ନିଆଯାଇଥିଲା ।

ତାଙ୍କ ଅବସ୍ଥା ଗୁରୁତର ହେବାରୁ  ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନନ୍ତର କରାଯାଇଥିଲା। ସତ୍ୟପ୍ରକାଶଙ୍କର ଚିକିତ୍ସା ଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ସାଲେପୁର ପୁଲିସ ନାବାଳକ ଓ ତାର ମାଆ କୁ ସାଲେପୁର ଥାନାରେ ଅଟକ ରଖି ପଚରାଉଚରା କରୁଛି।

Comments are closed.