Odisha Link
Bridging the Missing Links in Odisha

ଆଜି ୧୨ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ହୁହୁ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଯାହା ଅଣାୟତ୍ତ ପରିସ୍ଥିତି ସୃଷ୍ଟି କଲାଣି। ସଂକ୍ରମଣ ବଢୁଥିବା ବେଳେ ଟିକାକରଣ କମୁଛି। ରାଜ୍ୟରେ ଖୋର୍ଦ୍ଧା ସମେତ ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଛି। ରାଜ୍ୟରେ ଆବଶ୍ୟକ ଟିକା ନଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର।

୧୨ ଜିଲ୍ଲା ଯଥା-ଖୋର୍ଦ୍ଧା, ବାଲେଶ୍ୱର, ବୌଦ୍ଧ, କଟକ, ଯାଜପୁର,ଭଦ୍ରକ, ଝାରସୁଗୁଡା, କେନ୍ଦ୍ରପଡା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ଓ ପୁରୀରେ ଟିକାକରଣ ବନ୍ଦ କରାଯାଇଛି। ଖୋର୍ଦ୍ଧାରେ ଟିକାକରଣ ବନ୍ଦଥିବା ବେଳେ ମଧ୍ୟ ଭୁବନେଶ୍ବର ମହାନଗର ନିଗମରେ ଟିକାକରଣ ଚାଲୁ ରହିବ।

ରାଜ୍ୟରେ ୧୪୭୬ ଟିକାକେନ୍ଦ୍ରରେ ଟିକା ଦିଆଯିବାର ବ୍ୟବସ୍ଥା ରହିଛି। ଗତକାଲି ୪୬୯ ଟିକାକେନ୍ଦ୍ରରେ ୪୩ ହଜାର ୮୫୩ ଜଣଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ୫୭ ଲକ୍ଷ ୪୮ ହଜାର ୭୬୯ ଡୋଜ୍ ଦିଆ ଯାଇଥିବା ଜଣାପଡିଛି।

Leave A Reply

Your email address will not be published.