Odisha Link
Bridging the Missing Links in Odisha

୨୦୨୧ ସୁଦ୍ଧା ସମସ୍ତେ କରୋନା ଟିକା ନେଇ ସାରିଥିବେ: ପ୍ରକାଶ ଜାୱଡେକର

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ସମସ୍ତେ କରୋନା ଟିକା ନେଇ ସାରିଥିବେ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାୱଡେକର। କରୋନା ଟିକାକକରଣର ମନ୍ଥରତାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ଟ୍ୱିଟ୍‌ର ଜାବାବ ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ରାହୁଲ କହିଥିଲେ ଯେ, ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦଶ ଭାରତରେ ମାତ୍ର ୩ ପ୍ରତିଶତ ଲୋକଙ୍କ ଟିକା ଦିଆଯାଇଛି। ରାହୁଲଙ୍କର ଏହି ମନ୍ତବ୍ୟର ଜବାବ ଦେଇ ଜାୱଡେକର କହିଥିଲେ, ପ୍ରଥମେ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକୁ ଦେଖନ୍ତୁ। ସେଠାରେ କେତେ ଟିକାକରଣ ତ୍ରୁଟି ରହିଛି ତାର ସମୀକ୍ଷା କରନ୍ତୁ।

ପ୍ରକାଶ କହିଛନ୍ତି ଯେ ୨୦୨୧ ଶେଷ ପର୍ଯ୍ୟନ୍ତ ଭାରତରେ ସମସ୍ତଙ୍କ କରୋନା ଟିକାକରଣ ହୋଇଯିବ। ଯଦି ରାହୁଲ ଗାନ୍ଧୀଙ୍କୁ ଟୀକାକରଣର ଏତେ ଚିନ୍ତା ହେଉଛି ତେବେ ସେ ପ୍ରଥମେ କଂଗ୍ରେସ ଶାସିତ ରାଜ୍ୟୁଗୁଡ଼ିକୁ ଦେଖନ୍ତୁ। ସେଠାରେ ଟିକାକରଣରେ ଅନେକ ତ୍ରୁଟି ରହିଛି। ମେ ୧ ତାରିଖରେ ଦିଆଯାଇଥିବା କରୋନା ଟିକାର କୋଟାକୁ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକ ନେଉ ନାହାଁନ୍ତି। ୧୮ରୁ ୪୪ ବର୍ଷ ଭିତରେ ଏହି ଟିକା ଲାଗିପାରିବ ବୋଲି ଜାୱଡେକର କହିଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ଗଣମାଧ୍ୟମ ଭିଡିଓ କନଫରେନ୍ସିଂ ବେଳେ କରୋନା ପରିଚଳାନା ଓ ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ରାହୁଲ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଏମିତି ଫାର୍ସ(ନୌଟଙ୍କି) ପାଇଁ ଦେଶରେ କରୋନାର ଦ୍ୱିତୀୟ ଲହର ବଢ଼ିଲା। ପ୍ରଧାନମନ୍ତ୍ରୀ ଜଣେ ଇଭେଣ୍ଟ ମ୍ୟାନେଜର। ସେ କେବଳ ଗୋଟିଏ ସମୟରେ ଗୋଟିଏ ହିଁ କାର୍ଯ୍ୟ କରନ୍ତି। ତାଙ୍କୁ ମୁକାବିଲା କରିବା ଜଣା ନାହିଁ ବୋଲି ରାହୁଲ କହିଥିଲେ। ତା ସହିତ ସାମାଜିକ ଦୂରତା ଓ ମାସ୍କ ଦ୍ୱାରା କରୋନା ଯୁଦ୍ଧ ଜିତାଯାଇପାରିବ ନାହିଁ ଏଥିପାଇଁ ଭ୍ୟାକ୍ସିନ ସ୍ଥାୟୀ ବ୍ୟବସ୍ଥା ବୋଲି କହିଥିଲେ ରାହୁଲ।

Leave A Reply

Your email address will not be published.