Odisha Link
Bridging the Missing Links in Odisha

ମହାନଦୀ ଜଳ ବିବାଦର ଶୁଣାଣି

ଆସନ୍ତା ଫେବ୍ରୁଆରୀ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି

ଓଏଲ୍‌ ବ୍ୟୁରୋ : ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି। ଆସନ୍ତା ୧୬ରେ ଆସେସରଙ୍କ ସହ ଟେକ୍ନିକାଲ ଟିମ୍‌ର ବୈଠକ। ଓଡ଼ିଶା ସହ ଛତିଶଗଡ଼ର ବୈଷୟିକ ଟିମର ବୈଠକ। ମହାନଦୀ ବେସିନର ପରିସୀମା ଦ୍ୱନ୍ଦ୍ୱକୁ ନେଇ ବୈଠକ। ଆସନ୍ତା ଫେବ୍ରୁଆରୀ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି। ଶୁଣାଣିରେ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ କରିବା ପାଇଁ ଟ୍ରିବ୍ୟୁନାଲ ଗସ୍ତ କାର୍ଯ୍ୟକ୍ରମ ଧାର୍ଯ୍ୟ କରିବାର ସମ୍ଭାବନା ରହିଛି।

ମହାନଦୀ ଅବବାହିକା ଅଞ୍ଚଳର ଉପଅବବାହିକାଗୁଡ଼ିକର ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ ଲାଗି ଓଡ଼ିଶା ଓ ଛତିଶଗଡ଼ର ଅନେକ ପ୍ରସଙ୍ଗ ଉପରେ ଦ୍ବନ୍ଦ୍ବ ଦୂର ହୋଇଥିଲେ ମଧ୍ୟ ଆଉ କିଛି ପ୍ରସଙ୍ଗ ଉପରେ ଦ୍ବନ୍ଦ୍ବ ଜାରିରହିଛି। ଓଡ଼ିଶା ଦ୍ବାରା ଛତିଶଗଡ଼କୁ ଗତ ଡିସେମ୍ବର ୨୭ରେ ଯେଉଁ ଡିଜିଟାଲ୍‌ ଏଲିଭେସନ୍‌ ମଡେଲ୍‌ (ଡିଇଏମ୍‌) ଫାଇଲ୍‌ ପଠାଯାଇଥିଲା ତା’ ଉପରେ ଛତିଶଗଡ଼ ବୈଷୟିକ ଟିମ୍‌ ମତାମତ ରଖିନାହିଁ। ଫାଇଲ୍‌ରେ ରହିଥିବା ଅସଂଗତି ଉପରେ ମତାମତ ଦେବା ପାଇଁ ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲଙ୍କ ଆସେସର୍‌ଙ୍କୁ ଅନୁରୋଧ କରାଯାଇଥିଲା।

ଆସନ୍ତା ୧୬ରେ ଆସେସରଙ୍କ ସହ ଟେକ୍ନିକାଲ ଟିମ୍‌ର ବୈଠକ କରାଯିବ ବୋଲି ଟିବ୍ୟୁନାଲଙ୍କୁ ଅବଗତ କରାଯାଇଛି। ଉଭୟ ରାଜ୍ୟ ମଧ୍ୟରେ ଦ୍ବନ୍ଦ୍ବ ଦୂର କରିବା ପାଇଁ ଆସେସରଙ୍କ ଉପସ୍ଥିତିରେ ନିୟମିତ ବୈଠକ କରିବାକୁ ଗତ ନଭେମ୍ବର ୧୯ ଣୁଣାଣି ବେଳେ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଆଧାରରେ ଦୁଇ ରାଜ୍ୟର ବୈଷୟିକ ଟିମ୍‌ ସହିତ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ମାମଲାର ଅନ୍ତ ହୋଇନଥିଲା ଯାହାକୁ ନେଇ ଟ୍ରିବ୍ୟୁନାଲରେ ଶୁଣାଣି ହେବ।

Leave A Reply

Your email address will not be published.