Odisha Link
Bridging the Missing Links in Odisha

ଲାଇମ୍‌ଲାଇଟ୍‌ରେ ଶାହରୁଖ୍‌ଙ୍କ ‘ଯବାନ’, ଆଡଭାନ୍ସ ବୁକିଂରେ ୯ କୋଟିରୁ ଅଧିକ ଆୟ

ଓଏଲ୍ ବ୍ୟୁରୋ: ନିଜର ଅପକମିଂ ଫିଲ୍ମ ‘ଯବାନ’ ପାଇଁ ଏବେ ଲାଇମ୍‌ଲାଇଟ୍‌ରେ ଅଛନ୍ତି ସୁପର୍‌ଷ୍ଟାର୍ ଶାହରୁଖ୍‌ ଖାନ୍‌। ଆଗାମୀ ୭ ତାରିଖରେ ‘ଯବାନ’ ରିଲିଜ୍‌ ହେବାକୁ ଥିବା ବେଳେ ଏହାକୁ ନେଇ ଦର୍ଶକଙ୍କ ମନରେ ଢେର୍‌ ଉତ୍ସାହ ରହିଛି। ରିଲିଜ ପୂର୍ବରୁ ବକ୍ସ ଅଫିସରେ ଯବାନର କ୍ରେଜ୍। ଆଡଭାନ୍ସ ବୁକିଂରେ ‘ଯବାନ’ ରେକର୍ଡ କଲେକ୍ସନ କରିଛି।ସାରାଦେଶରେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ କିଛି ହଲରେ ଟିକେଟ ୨୪ଶହ ଟଙ୍କାରେ ବିକ୍ରି ହେଉଛି। ଏବେସୁଦ୍ଧା ପ୍ରାୟ ୫ଲକ୍ଷ ଟିକେଟ ବୁକିଂ ହୋଇଛି।

ଦୁଇ ଦିନ ପରେ ରିଲିଜ ହେବ କିଙ୍ଗ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଯବାନ। ହିନ୍ଦୀ ହାର୍ଟଲ୍ୟାଣ୍ଡ ସହ ଅନ୍ୟ କିଛି ସହରରେ ବି ସକାଳ ୬ଟାରୁ ଯବାନର ଫାଷ୍ଟ ଡେ’ ଫାଷ୍ଟ ଶୋ’ ରଖାଯାଇଛି। ଓପନିଂ ଡେ’ ରେ ଫିଲ୍ମ ଶହେ କୋଟି ରୋଜଗାର କରିବା ଆଶା ରଖିଛନ୍ତି ମେକର୍ସ। ରେଡ୍ ଚିଲ୍ଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଫିଲ୍ମ ଯବାନର ନିର୍ଦ୍ଦେଶନା ଦେଇଛନ୍ତି ମଟଲି କୁମାର। ଫିଲ୍ମରେ ଶାହରୁଖ ଖାନଙ୍କ ସମେତ ସାଉଥର ସୁପରଷ୍ଟାର ନୟନତାରା, ବିଜୟ ସେଥୁପତି, ସୁନୀଲ ଗ୍ରୋବର, ରିଧି ଡୋଗ୍ରା ପ୍ରମୁଖ ଅଭିନୟ କରିଛନ୍ତି।

ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଯବାନ’ ଆସନ୍ତା ୭ ମାସରେ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ୍‌ ରହିଛି। ଚଳଚ୍ଚିତ୍ରର ଗୀତଗୁଡ଼ିକ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏଥି ସହିତ ନିର୍ମାତା ସିନେମାର କାହାଣୀକୁ ନେଇ ସପେନ୍ସ ଜାରି ରଖିଛନ୍ତି। ଏମଧ୍ୟରେ ‘ଯବାନ’ ଚଳଚ୍ଚିତ୍ରର ଅଗ୍ରିମ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲୋକମାନେ ପାଣି ପରି ଟିକେଟ୍ କିଣିବାରେ ଲାଗିଛନ୍ତି। ‘ଯବାନ’ର ଅଗ୍ରିମ୍‌ ଟିକେଟ୍‌ ବୁକିଂ ଦେଖି ଅନୁମାନ କରାଯାଇପାରେ ଯେ ‘ପଠାନ୍’ ପରି ଫିଲ୍ମଟି ପୁଣି ଥରେ ଆତଙ୍କ ସୃଷ୍ଟି କରିପାରେ। ତେବେ ଆଡଭାନ୍ସ ବୁକିଂରେ ୯ କୋଟିରୁ ଅଧିକ ଟଙ୍କା ଶାହାରୁଖଙ୍କ ଯବାନ ରୋଜଗାର କରିଛି।

Leave A Reply

Your email address will not be published.