Odisha Link
Bridging the Missing Links in Odisha

କାହାଣୀ ମାଧ୍ୟମରେ ପାଣ୍ଡିଆନଙ୍କ ପରାମର୍ଶ: ଜନତାଙ୍କ ପୀଡ଼ା ପାଇଁ ଜିଲ୍ଲାପାଳ ଉତ୍ତରଦାୟୀ

ଭୁବନେଶ୍ବର: ଜନତା ଯଦି ଅସୁବିଧାରେ ଅଛନ୍ତି ତେବେ ଏଥିପାଇଁ ଦାୟିତ୍ବରେ ଥିବା ଅଧିକାରୀ ହିଁ ଦାୟୀ। ରାଜ୍ୟରେ ତିରୋଟ ସମୟରେ ଯଦି ଭୋକ ବିକଳରେ ବା ଅସୁବିଧାରେ ପଡ଼ି ସାଧାରଣ ଜନତା କିଛି ଅପରାଧ କରିବସେ ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନ ଦଦାୟୀ ରହିବେ ବୋଲି ପରୋକ୍ଷରେ ଶୁଣାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ (୫-ଟି) ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍।

ଆମେରିକାର ଏକ ସତ୍ୟ ଘଟଣାର ଅବତାରଣା କରି ଜିଲ୍ଲାପାଳମାନଙ୍କୁ ଅଧିକ ସତର୍କ ଓ ଲୋକାଭିମୁଖୀ ହେବା ପାଇଁ ପରାମର୍ଶ ଦେଇଛନ୍ତି ପାଣ୍ଡିଆନ୍।

୧୯୩୫ ମସିହାରେ ଜାନୁଆରୀର ଶୀତରେ ଆମେରିକାର ନ୍ୟୁୟର୍କର ଏକ ଅଦାଲତରେ ବିଚାର ଚାଲିଥାଏ। କାଠଗଡ଼ାରେ ଜଣେ ଅଅତ୍ୟନ୍ତ ଦୁଃଖୀ ବୃଦ୍ଧା ଥାଆନ୍ତି ଓ ତାଙ୍କର ଅପରାଧ ସେ ରୁଟି ଚୋରି କରିଥାଆନ୍ତି। ବିଚାରପତି ପଚାରିଲେ- ତମେ କ’ଣ ସତରେ ଚୋରି କରିଛ? ବୃଦ୍ଧା ଜଣକ ମୁଣ୍ଡ ତଳକୁ କରି ନିଜର ଦୋଷ ସ୍ବୀକାର କଲେ। ବିଚାରପତି ପୁଣି ପଚାରିଲେ- କାହିଁକି? ତମେ କ’ଣ ଭୋକିଲା ଥିଲ?

ବୃଦ୍ଧା ଜଣକ କହିଲେ- ହଁ, ମୁଁ ଭୋକିଲା ସତ। ତେବେ ରୁଟି ମୋ ନିଜ ପାଇଁ ଚୋରି କରିନାହିଁ। ମୋ ଜ୍ବାଇଁ ଓ ମୋ ଅସୁସ୍ଥ ଝିଅ କିଛିଦିନ ହେଲା ଖାଇ ନଥିବା ତାଙ୍କର ଦୁଇ ଛୁଆଙ୍କୁ ମୋ ପାଖରେ ଛାଡ଼ି ଚାଲିଯାଇଛନ୍ତି। ସେମାନଙ୍କୁ ଭୋକିଲା ଦେଖି ମୁଁ ରହିପରିଲିନି, କାରଣ ସେମାନେ ବହୁତ ଛୋଟ।

ମହିଳାଙ୍କର ଏହି କଥା ଶୁଣି ସାରା କୋର୍ଟ ପପରିସର ନିଶବ୍ଦ ହୋଇ ଯାଇଥିଲା। ବିଚାାରପତି କହିଲେ- ଆଇନ ଅନୁଯାୟୀ ସମସ୍ତେ ସମାନ। ରୁଟି ଚୋରି ଅଭିଯୋଗରେ ଆପଣ ୧୦ ଡଲାର ଜରିମାନା ଦେବେ କିମ୍ବା ୧୦ ଦିନ ଜେଲ୍‌ ଯିବେ। ଆପଣ ଗୋଟିଏକୁ ବାଛିପାାରିବେ।

ମହିଳା କହିଲେ- ମୋ ପାଖରେ ଯଦି ୧୦ ଡଲାର ଥାଆନ୍ତା ମୁଁ ରୁଟି ଚୋରି କରିଥାଆନ୍ତି କାହିଁକି? ମୁଁ ଜେଲ ଯିବାକୁ ପସନ୍ଦ କରିବି। ତେବେ ମୋର ଗୋଟିଏ ଚିନ୍ତା, ମୁଁ ଜେଲ ଗଲାପରେ ସେମାନଙ୍କର ଯତ୍ନ କିଏ ନେବ!

ବିଚାରପତି ଏହା ପରେ ନିଜ ପକେଯରୁ ୧୦ ଡଲାର କାଢ଼ି ସମସ୍ତଙ୍କୁ ଦଦେଖାଇଲେ ଓ କହିଲେ- ଏହି ଟଙ୍କା ମୁଁ ଆପଣଙ୍କର ଦଣ୍ଡ ପାଇଁ ଦେବି। ଏବେ ଆପଣ ମୁକ୍ତ।

ଏହା ପରେ ବିଚାରପତି କୋର୍ଟ କୋଠରୀରେ ଥିବା ଲୋକଙ୍କୁ କହିଲେ- ମୁଁ ଏଠାରେ ଉପସ୍ଥିତ ସମସ୍ତଙ୍କୁ ୫୦ ସେଣ୍ଟ୍‌ ଫାଇନ୍‌ ଘୋଷଣା କରୁଛି। ଏହା ଆମର ଉଦାସୀନତା ଓ ଅଜ୍ଞତା ପାଇଁ ଦଣ୍ଡ। କାରଣ ଜଣେ ବୃଦ୍ଧା ପରିବାର ଚଳାଇବା ପାଇଁ ରୁଟି ଚୋରି କରିବାକୁ ବାଧ୍ୟ ହେବା ଉଚିତ ନୁହେଁ। ଏଥିପାଇଁ ଆମେ ସମସ୍ତେ ଉତ୍ତରଦାୟୀ। କୋର୍ଟ ରୁମ୍‌ରେ ଉପସ୍ଥିତି ରୁଟି ଚୋରି ହୋଇଥିବା

ଦୋକାନରଗୁଡ଼ିକ ମାଲିକ, ଉପସ୍ଥିତ କିଛି ଲୋକ ଓ ପୁଲିସ ଅଧିକାରୀ ସମସ୍ତଙ୍କ ଠାରୁ ୫୦ ସେଣ୍ଟ ଲେଖାଏଁ ଆଦାୟ ହେଲା। ପରଦିନ ଖବରକାଗଜରେ ଖବର ପ୍ରକାଶ ପାଇଲା ଯେ ଅଭିଯୁକ୍ତ ବୃଦ୍ଧାଙ୍କୁ ୪୭.୫ ଡଲାର ଦିଆଯାଇଛି। ବିଚାରର ନିଷ୍କର୍ଷ ଏହା ଯେ ସମାଜ ବା ପ୍ରଶାସନର ଉଦାସୀନତା ହିଁ ଜନତାଙ୍କ ଅସୁବିଧାର କାରଣ।

ଏ କାହାଣୀଟି କହିବା ସହ ଯେପରି କୌଣସି ବ୍ୟକ୍ତି, ପରିବାର ବା ସଂପ୍ରଦାୟ ଉଦାସୀନତାର ଶିକାର ନ ହୁଅନ୍ତି ଏହା ଆମର ଦାୟିତ୍ବ ବୋଲି ପାଣ୍ଡିଆନ ଏକ ଭିଡିଓ-ଚିତ୍ରକଥା ମାଧ୍ୟମରେ ଜିଲ୍ଲାପାଳମାନଙ୍କୁ କହିଛନ୍ତି। ମାର୍କଟ୍ବାଇନ୍‌ଙ୍କ ଉକ୍ତିର ଉଦାହରଣ ଦେଇ ପାଣ୍ଡିଆନ୍‌ ଲେଖିଛନ୍ତି ଯେ କରୁଣା ହେଉଛି ଏଭଳି ଏକ ଭାଷା ଯାହାକୁ ଅନ୍ଧମାନେ ଦେଖିପାରନ୍ତି ଓ ବଧିରମାନେ ଶୁଣିପାରନ୍ତି।

ଭିଡିଓ ଚିତ୍ରକଥାର ଶେଷରେ ପାଣ୍ଡିଆନ୍‌ ଲେଖିଛନ୍ତି- ଭାରତର ସଶକ୍ତ ଜିଲାପାଳ(କଲେକ୍ଟର) ଅନୁଷ୍ଠାନ ଭଳି ସମଗ୍ର ବିଶ୍ୱରେ ବହୁତ କମ୍ ଅନୁଷ୍ଠାନ ଅଛି। ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସମୟ ଅପେକ୍ଷା ଉତ୍କୃଷ୍ଟ ସମୟ ଆଉ କିଛି ହୋଇ ନପାରେ। ନିଜର ଏହି ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରନ୍ତୁ। ଅତିରିକ୍ତ ମାଇଲ ଯାଇ ଲୋକଙ୍କ ସେବା କରନ୍ତୁ ଓ ସେବାର ଉତ୍କୃଷ୍ଟ ମାନଦଣ୍ଡ ସ୍ଥିର କରନ୍ତୁ। ସମସ୍ତ ମାନବିକ କାର୍ଯ୍ୟ ବିପଦମୁକ୍ତ।

ଏଭି ଭିଡିଓ ଚିତ୍ରକଥା ମାଧ୍ୟମରେ କରୋନା ସଂକ୍ରମଣ ସମୟରେ ଅଭାବ ଓ ଅସୁବିଧାରେ ଥିବା ଲୋକଙ୍କୁ ତ୍ବରିତ ସହଯୋଗର ହାତ ବଢ଼ାିବା ଲାଗି ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ପାଣ୍ଡିଆନ୍।

Comments are closed.