Odisha Link
Bridging the Missing Links in Odisha
Daily Archives

January 14, 2021

ପୁଣି କିଡନୀ ନାଁରେ ୧୮ ଲକ୍ଷ ଟଙ୍କା ଠକେଇ

ଭୁବନେଶ୍ୱର: ପୁଣି ସାମ୍ନାକୁ ଆସିଲା ଆଉ ଏକ କିଡନୀ ଠକେଇ ମାମଲା। କିଡନୀ ନାଁରେ ୧୮ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଜଣେ ବ୍ୟକ୍ତି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। କିଡନୀ ରାକେଟର କିଙ୍ଗପିନ ହିମାଂଶୁ ଭୂଷଣ ନନ୍ଦଙ୍କ ନାମରେ ଏଭଳି ଅଭିଯୋଗ ଆସିଛି। କିଡନୀ ଠକେଇ ଅଭିଯୋଗରେ ହିମାଂଶୁ ଗିରଫ ହୋଇ…

୧୫ ହଜାର ସ୍ୱାସ୍ଥ୍ୟ କର୍ମୀ ନେବେନି ଟିକା

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି। ଟିକାକରଣ ପାଇଁ ରାଜ୍ୟରେ ଦୁଇଟି କରୋନା ଟିକା ଭୋଭିସିଲ୍ଡ ଓ କୋଭାକ୍ସିନ ମଧ୍ୟ ପହଞ୍ଚି ସାରିଛି। ତେବେ ରାଜ୍ୟର ୧୫ ହଜାର ସ୍ୱାସ୍ଥ୍ୟ କର୍ମୀ କରୋନା ଟିକା ନନେବାକୁ ଘୋଷଣା କରିଛନ୍ତି। ପୁରୁଷ…

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା, ଚୂଡ଼ାନ୍ତ…

କୋରାପୁଟ: ଜିଲ୍ଲା ଜଜ କୋର୍ଟରେ କୁନ୍ଦୁଲି ମାମଲାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି ପୁଲିସ। ତେବେ ପୀଡ଼ୀତାଙ୍କ ପରିବାର ଲୋକ ପୁଲିସର ଚୂଡ଼ାନ୍ତ ରିପୋର୍ଟକୁ ନାପସନ୍ଦ କରିଛନ୍ତି। ଆମକୁ ଆଇନଗତ ସହାୟତା ଓ ନ୍ୟାୟ ଦିଆଯାଉ ବୋଲି ପୀଡ଼ିତାଙ୍କ ଖୁଡ଼ି କହିଛନ୍ତି। ପୁଲିସ ଠିକଭାବେ ତଦନ୍ତ ନକରି ରିପୋର୍ଟ…

ଭୋକର ଭୂଗୋଳ ଆଜି ଭାତହାଣ୍ଡି ହୋଇଛି:…

ଭୁବନେଶ୍ୱର: ଆଜି କଳାହାଣ୍ଡି ଗସ୍ତରେ ଯାଇ ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳପୁର ସମାବେଶରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି। ଜୟ ମା’ ମାଣିକେଶ୍ୱରୀ କହି ନିଜର ସମ୍ବୋଧନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଉଦବୋଧନ ଦେଇ କହିଥିଲେ ଯେ, କଳାହାଣ୍ଡି ଆଜି…

ମକର ବୁଡ଼କୁ ଯାଇ ଗଣଦୁଷ୍କର୍ମ ଶିକାର

ବାରିପଦା: ମକର ବୁଡ଼ ପକାଇବାକୁ ଯିବା ବେଳେ ଗଣଦୁଷ୍କର୍ମର ଶିକାର। ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ଆସିଛି। ଏନେଇ ଟାଉନଥାନାରେ ଏତଲା ପରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ, ମକର ବୁଡ଼ ପକାଇବାକୁ ଆଜି ଭୋରରୁ ଯୁବତୀ ଜଣକ ଘରୁ ବାହାରିଥିଲେ। ତେବେ ଏକୁଟିଆ…

ବିଜେପିରେ ଯୋଗଦେଲେ ଜୀବନ ପ୍ରଦୀପ

ବାଲେଶ୍ୱର : ବିଜେପିରେ ସାମିଲ ହୋଇଛନ୍ତି ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ। ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେଡ଼ି ଜିତିବା ପରେ ଜୀବନଙ୍କୁ ବହିଷ୍କାର କରାଯାଇଥିଲା। ବିଜେପିକୁ ଭୋଟ ଦେବା ନେଇ ତାଙ୍କର ଏକ ଅଡ଼ିଓ ଭାଇରାଲ ହୋଇଥିଲା। ଯାହାଫଳରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ…

ଟିକା ପାଇଁ ଆଜି ଯିବ SMS

ଭୁବନେଶ୍ୱର: ଆସନ୍ତା ୧୬ରେ ରାଜ୍ୟରେ ଟିକାକରଣ ଆରମ୍ଭ ହେବ। ରାଜ୍ୟରେ ଦୁଇଟି କରୋନା ଟିକା ଭୋଭିସିଲ୍ଡ ଓ କୋଭାକ୍ସିନ ଆସି ପହଞ୍ଚି ସାରିଛି। ତେବେ ଟିକାକରଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ, ‘ଆଜି ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ନେବା ପାଇଁ SMS ଯିବ।…

ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କଲେ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇନ୍ଦ୍ରାବତୀ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। କଳାହାଣ୍ଡି ଜୟପାଟଣା ବ୍ଲକ୍‌ ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରି ଇନ୍ଦ୍ରାବତୀ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। କରୋନା…

ଡିଜିଟାଲାଇଜେସନ୍ ହେବ ଜେଲ୍

ଭୁବନେଶ୍ୱର: ଡିଜିଟାଲ ହେବ ରାଜ୍ୟର ଜେଲ୍ ବିଭାଗ। ଅଗ୍ନିଶମ ବିଭାଗ ପରେ ଏବେ ଜେଲ୍ ବିଭାଗ ମଧ୍ୟ ଡିଜିଟାଲାଇଜେସନ୍‌ ହେବ। ଜେଲ କାର୍ଯ୍ୟରେ ଟେକ୍ନୋଲୋଜି ବ୍ୟବହାରକୁ ନେଇ ଜେଲ ଡିଜି ଗୁରୁତ୍ୱ ଦେଇଛନ୍ତି। ଏଣିକି ୱେବସାଇଟ ଜରିଆରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ। ୱେବସାଇଟରେ…

୧୫ ଘଣ୍ଟା ହେଲା ପଡ଼ି ରହିଛି ମୃତଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଟାଙ୍ଗରଗାଁ କଠର ପଡା ନିକଟରେ ୧୫ ଘଣ୍ଟା ହେଲା ରାସ୍ତାରେ ପଡିରହିଛି ୨ ମୃତଦେହ। ଗତକାଲି ବୋଲେରୋ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ପଡ଼ି ରହିଛି ମୃତଦେହ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ବ୍ୟାପକ ପୋଲିସ…