Odisha Link
Bridging the Missing Links in Odisha

ଘଣ୍ଟା ଅନୁସାରେ ଦେବାକୁ ପଡ଼ିବ ପାର୍କିଂ ଫି’

ଭୁବନେଶ୍ୱର: ଏବେ ଘଣ୍ଟା ଅନୁସାରେ ଦେବାକୁ ପଡ଼ିବ ପାର୍କିଂ ଫି’। ଭୁବନେଶ୍ବରରେ ଲାଗୁ ହେବ ନୂଆ ଦରରେ ପାର୍କିଂ ଫି’। ଏହା ଏପ୍ରିଲ ପହିଲାରୁ ଲାଗୁ ହେବ। ବିଏମ୍‌ସି କର୍ତ୍ତୃପକ୍ଷ ୩୨ ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା ପାଇଁ ଟେଣ୍ଡର ଆହ୍ୱାନ କରିଛନ୍ତି।

ଟେଣ୍ଡର ଦସ୍ତାବିଜ ଅନୁସାରେ, ଯେ କୌଣସି ସ୍ଥାନରେ ଦୁଇ ଘଣ୍ଟାରୁ କମ୍ ସମୟ ପାଇଁ ବାଇକ୍ ରଖିଲେ ୫ ଟଙ୍କା, କାର୍‌ ପାଇଁ ୨୦ ଟଙ୍କା ଓ ୪ ଚକିଆ ଭାରିଯାନ ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ। ୨ରୁ ୩ ଘଣ୍ଟା ପାର୍କିଂ କଲେ ବାଇକ୍‌ ପାଇଁ ୧୫ଟଙ୍କା, ୩ ଚକିଆ ଯାନ ପାଇଁ ୨୦ ଟଙ୍କା, ଚାରି ଚକିଆ ପାଇଁ ୪୦ ଟଙ୍କା ଓ ଭାରିଯାନ ପାଇଁ ୫୦ଟଙ୍କା ପାର୍କିଂ ଫି’ ଆଦାୟ ହେବ।

୩ରୁ ୪ ଘଣ୍ଟା ପାର୍କିଂ ନିମନ୍ତେ ବାଇକ୍‌ ଚାଳକଙ୍କୁ ୨୫ ଟଙ୍କା, ତିନି ଚକିଆ ଯାନ ପାଇଁ ୩୫ ଟଙ୍କା, ଚାରି ଚକିଆ ଯାନ ପାଇଁ ୬୦ ଟଙ୍କା ଓ ଭାରୀ ଯାନ ପାଇଁ ୭୫ଟଙ୍କା ଦେବାକୁ ହେବ। ୫ଘଣ୍ଟାରୁ ଅଧିକ ସମୟ ଧରି ପାର୍କିଂରେ ରହୁଥିବା ଗାଡ଼ିକୁ ଅତିରିକ୍ତ ୨୦ ଟଙ୍କା ହିସାବରେ ଦେବାକୁ ପଡ଼ିବ। ସାଇକେଲ ପାଇଁ କୌଣସି ପାର୍କିଂ ଫି ଦେବାକୁ ପଡିବ ନାହିଁ।

Comments are closed.