Odisha Link
Bridging the Missing Links in Odisha

ଅଧାରେ ରହିଗଲା ବାହାଘର, ବେଦୀରୁ ବରକୁ ଉଠାଇ ନେଲା ପୁଲିସ

ବ୍ରହ୍ମପୁର: ଅଧାରେ ରହିଗଲା ବାହାଘର। ବାହା ବେଦୀରୁ ବରକୁ ଉଠାଇ ନେଲା ପୁଲିସ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଦସେଇପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ବାହାଘର ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ବାହା ବେଦୀରୁ ବରକୁ ଉଠାଇ ନେଲା ପୋଲିସ।

ସୂଚନା ମୁତାବକ, ବର ଜଣଙ୍କ ଗତ ୧୭ ତାରିଖରେ କରୋନା ଟେଷ୍ଟ କରାଇଥିବା ବେଳେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। କିନ୍ତୁ ଏହା ସତ୍ତ୍ୱେ ପରିବାର ଲୋକେ ତାଙ୍କ ବାହାଘର ପାଇଁ ପ୍ରସ୍ତୁତି ଚଳାଥିଲେ। ଏ ନେଇ ଅନ୍ୟ କାହାକୁ ଅବଗତ ନ କରାଇ ବାହାଘର ରୀତିନୀତି ମଧ୍ୟ ଆରମ୍ଭ କରିଥିଲେ। ତେବେ ଘଟଣା ନେଇ ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ମିଳିତ ଭାବେ ପହଞ୍ଚି ବାହାଘରକୁ ସ୍ଥଗିତ ରଖିଛନ୍ତି।

ଏଥିସହ ବର ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହେବାର ୩୦ ଦିନ ପରେ ସମ୍ପୂର୍ଣ୍ଣ ପରିବାର କରୋନା ଟେଷ୍ଟ କରାଇ ବାହାଘର କରାଇବା ନେଇ ପରିବାର ଲୋକଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ରଖିଛି ପ୍ରଶାସନ। ତେବେ ବର ଜଣଙ୍କ କରୋନା ରିପୋର୍ଟ ସମ୍ପର୍କରେ କନ୍ୟା ଘର ଲୋକଙ୍କୁ ଅବଗତ କରାଇ ନଥିଲେ।

Leave A Reply

Your email address will not be published.